ରାଜ୍ୟ

ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା; ଶ୍ରେଣୀ କକ୍ଷରେ ରାତି କାଟିଲେ ଦ୍ଵିତୀୟ ଶ୍ରେଣୀ ଛାତ୍ରୀ

Spread the love

କେନ୍ଦୁଝର,: ବାଂଶପାଳ ବ୍ଲକ ଅଞ୍ଜର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଜଣେ ଦ୍ଵିତୀୟ ଶ୍ରେଣୀ ଛାତ୍ରୀ, ଜ୍ୟୋତ୍ସ୍ନା ଦେହୁରୀ, ସ୍କୁଲ ଛୁଟି ପରେ ଭୁଲବଶତଃ ଶ୍ରେଣୀ କକ୍ଷରେ ଅଟକ ରହିଥିଲେ। ଶିକ୍ଷକମାନେ ଯାଞ୍ଚ ନକରି ସ୍କୁଲରେ ତାଲା ପକାଇ ଚାଲିଯାଇଥିବାରୁ ଛାତ୍ରୀ ଜଣଙ୍କ ରାତିସାରା ଶ୍ରେଣୀ କକ୍ଷରେ ବନ୍ଦ ରହିଥିଲେ।ସୂଚନା ଅନୁସାରେ, ଗତକାଲି ସ୍କୁଲ ଛୁଟି ପରେ ଜ୍ୟୋତ୍ସ୍ନା ଶ୍ରେଣୀ କକ୍ଷରେ ଶୋଇ ପଡ଼ିଥିବା ବେଳେ ଶିକ୍ଷକମାନେ ତାଙ୍କୁ ନଦେଖି ତାଲା ପକାଇ ଚାଲିଯାଇଥିଲେ। ରାତିସାରା ସ୍କୁଲରେ ଅଟକ ରହିଥିବା ଜ୍ୟୋତ୍ସ୍ନା ଝରକା ଭାଙ୍ଗି ବାହାରକୁ ବାହାରିବାକୁ ଚେଷ୍ଟା କରି ଆହତ ହୋଇଥିଲେ। ଆଜି ସକାଳେ ଶିକ୍ଷକମାନେ ସ୍କୁଲ ଖୋଲିବା ପରେ ତାଙ୍କୁ ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।ଏହି ଘଟଣା ଜାଣିବା ପରେ ଛାତ୍ରୀଙ୍କ ପରିବାର ଓ ସ୍ଥାନୀୟ ଲୋକେ ସ୍କୁଲ ପରିସରରେ ଜମା ହୋଇ ଉତ୍ତେଜନା ପ୍ରକାଶ କରିଥିଲେ। ପରିବାର ଲୋକେ ରାତିସାରା ଛାତ୍ରୀଙ୍କୁ ଖୋଜାଖୋଜି କରି ନିରାଶ ହୋଇଥିବା କହିଛନ୍ତି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ କହିଛନ୍ତି, “ଛାତ୍ରୀ ଜଣଙ୍କ ଶୋଇ ପଡ଼ିଥିଲେ, ଯାଞ୍ଚ ନକରି ତାଲା ପକାଇ ଦିଆଯାଇଥିଲା। ଆଜି ସକାଳେ ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ମେଡିକାଲକୁ ନିଆଯାଇଛି। ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି।”

Leave a Reply

Your email address will not be published. Required fields are marked *

error: Content is protected !!