ରାଜ୍ୟ

ଜଗନ୍ନାଥପ୍ରସାଦକୁ ମିଳିଲା ଏନ୍‌ଏସି ମାନ୍ୟତା,

Spread the love

ଜଗନ୍ନାଥପ୍ରସାଦ,: ବହୁଦିନର ସ୍ବପ୍ନ ଆଜି ପୂରଣ ହୋଇଛି। କିଏ ବାଣ ଫୁଟାଇ ଉତ୍ସବ ପାଳନ କରୁଛନ୍ତି ତ କିଏ ପରସ୍ପରକୁ ମିଠା ଖୁଆଇ ଆଲିଙ୍ଗନ କରୁଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦରେ।ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ଦେବା ପାଇଁ ଦୀର୍ଘଦିନ ହେଲା ଦାବି ହୋଇ ଆସୁଥିଲା। ତେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟରେ ନୂତନ ଭାବେ ଆଜି ୧୬ଟି ଏନ୍‌ଏସି ଘୋଷଣା କରିଛନ୍ତି। ଏଥିରେ ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦକୁ ଏନ୍‌ଏସି ମାନ୍ୟତା ପ୍ରଦାନ କରିଛନ୍ତି। ଫଳରେ ସ୍ଥାନୀୟ ଆଞ୍ଚଳରେ ଲୋକେ ଖୁସି ଜାହିର କରିବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!