ଅପରାଧ

ଝୁଲନ୍ତା ଅବସ୍ଥାରେ ମିଳିଲା ନାଏବ ସରପଞ୍ଚଙ୍କ ମୃତଦେହ

Spread the love

ଗୁଣୁପୁର, : ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଡମ୍ବସରା ପଞ୍ଚାୟତର ନାଏବ ସରପଞ୍ଚଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ନାଏବ ସରପଞ୍ଚ ଜଣକ ହେଲେ ରଞ୍ଜିତା ତ୍ରିପାଠୀ। ସେ ନିଜ ଘର ପଦ୍ମପୁର ବ୍ଲକ ପେରୁପାଙ୍ଗ ଗାଁରେ ରହିଥିବା ବେଳେ ଗୁଣପୁର ବ୍ଲକ ଡମ୍ବସରା ପଞ୍ଚାୟତର ଆପନାଗୁଡ଼ା ଗାଁର ନରସିଂହ ତ୍ରିପାଠୀଙ୍କୁ ବିବାହ କରି ରହୁଥିଲେ। ସ୍ବାମୀଙ୍କୁ ଅଟକ ରଖି ଗୁଣୁପୁର ପୋଲିସ ତଦନ୍ତ ଜାରି ରଖିଛି। ମୃତ ରଞ୍ଜିତାଙ୍କୁ ତାଙ୍କ ସ୍ବାମୀ ନିର୍ଯାତନା ଦେଇ ଆସୁଥିବା ସହ ମରଣାନ୍ତକ ମାଡ଼ ମାରୁଥିଲେ। ଗତକାଲି ଅପରାହ୍ନରେ ରଞ୍ଜିତାଙ୍କ ଝିଅ ତାଙ୍କ ମାମୁଙ୍କୁ ମା’ର ମୃତ୍ୟୁ ଖବର ଜଣାଇଥିଲେ। ଏହା ପରେ ରଞ୍ଜିତାଙ୍କ ଭାଇ ଘଟଣାକ୍ରମକୁ ଦେଖି ଗୁଣପୁର ଥାନାରେ ଦ୍ବାରସ୍ଥ ହୋଇଥିଲେ। ନିର୍ଯାତନା ଦିଆଯାଇଥିବା ଅଭିଯୋଗ କରିବା ସହ ଘଟଣାର ତଦନ୍ତ କରିବା ପାଇଁ ଅନୁରୋଧ କରିଥିଲେ। ଏହା ହତ୍ୟା ନା ଆତ୍ମହତ୍ୟା ତା’ର ତଦନ୍ତ କରିବା ପାଇଁ ଲିଖିତ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!