ରାଜନୀତି

ଓଡ଼ିଶାରୁ ମୋଦିଙ୍କ ସିଧା ଟାର୍ଗେଟ, ରାହୁଲଙ୍କୁ କରିଦେଲେ ଚ୍ୟାଲେଞ୍ଜ

Spread the love

ଭୁବନେଶ୍ୱର,: ଝାରସୁଗୁଡ଼ା ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହା ସହ ନବରାତ୍ର ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ୫୦ହଜାର କୋଟିରୁ ଅଧିକ ମୂଲ୍ୟର ଭେଟି ଦେଇଛନ୍ତି।ତେବେ ଝାରସୁଗୁଡାରୁ କଂଗ୍ରେସକୁ ସିଧା ଟାର୍ଗେଟ କରିଛନ୍ତି ମୋଦି। ସେ କହିଛନ୍ତି, କଂଗ୍ରେସ ଆପଣଙ୍କୁ ଲୁଟିବାର କୌଣସି ମୌକା ଛାଡ଼ିନି। କଂଗ୍ରେସର ଲୁଟତନ୍ତ୍ରରୁ ଆମେ ବାହାର କରିଛୁ। ୨ ଲକ୍ଷ ରୋଜଗାର କଲେ କଂଗ୍ରେସ ଟ୍ୟାକ୍ସ ନେଉଥିଲା। ଏବେ ୧୨ ଲକ୍ଷ ଯାଏ ରୋଜଗାରରେ ଜିରୋ ଟ୍ୟାକ୍ସ। GSTରେ ବି ଏବେ ସୁଧାର କରାଯାଇଛି। କଂଗ୍ରେସ ସରକାର ଯେଉଁଠି ରହିବ ଲୁଟ କରିବ। କଂଗ୍ରେସ ଠାରୁ ଲୋକଙ୍କୁ ବଞ୍ଚିକି ରହିବାର ଅଛି।୨୦୧୪ରେ କ୍ଷମତାକୁ ଆସିବା ପରେ ଦେଶକୁ ଲୁଟତନ୍ତ୍ରରୁ ରକ୍ଷା କଲି। ୨୦୧୪ ପର୍ଯ୍ୟନ୍ତ କଂଗ୍ରେସ ଦେଶକୁ ଲୁଟ କରୁଥିଲା। ଆମ ସରକାର ୧୨ ଲକ୍ଷ ଆୟ ପର୍ଯ୍ୟନ୍ତ ଆୟକର ମୁକ୍ତ କରିଛନ୍ତି। କଂଗ୍ରେସ ସରକାର ବେଳେ ୧ ଲକ୍ଷ ଖର୍ଚ୍ଚ ପାଇଁ ୨୫ ହଜାର ଟିକସ ପଡ଼ୁଥିଲା। ମାତ୍ର ଆମ ସରକାରରେ ବର୍ତ୍ତମାନ ୧ ଲକ୍ଷରେ କେବଳ ୪ରୁ ୫ ହଜାର ଟିକସ ଦେବାକୁ ପଡୁଛି ବୋଲି ମୋଦି କହିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!