ମୁଖ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି: ୪ ପ୍ରସ୍ତାବ ଉପରେ ବାଜିଲା ମୋହର

Spread the love

ଭୁବନେଶ୍ୱର, ରାଜ୍ୟ କ୍ୟାବିନେଟ ବୈଠକରେ ୪ଟି ପ୍ରସ୍ତାବ ଉପରେ ମୋହର। ୩ଟି ବିଭାଗର ୪ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି। ଶ୍ରମ ବିଭାଗର ବାଣିଜ୍ୟ ପ୍ରତିଷ୍ଠାନ ଆଇନ ୧୯୫୬ର ସଂଶୋଧନ , କାରଖାନା ୧୯୪୮ର ସଂଶୋଧନ ଆଇନ ପାରିତ ହୋଇଛି। ଦୈନିକ କାର୍ଯ୍ୟ ନିର୍ଘଣ୍ଟ ୯ ଘଣ୍ଟାରୁ ୧୦ ଘଣ୍ଟାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି। ସେହିପରି ସପ୍ତାହକରେ ୪୮ ଘଣ୍ଟାରୁ ଅଧିକ କାମ କଲେ ଓଭରଟାଇମ ମିଳିବ। ମହିଳା କର୍ମଚାରୀ ଚାହିଁଲେ ସମ୍ମତି ପତ୍ର ଦେଇ ରାତିରେ କାର୍ଯ୍ୟ କରିପାରିବେ। ମହିଳା କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ସୁରକ୍ଷା ବ୍ୟବସ୍ଥା କରିବେ। ଏହା ସହିତ ଗଣଶିକ୍ଷା ବିଭାଗର ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାକୁ ମଞ୍ଜୁରୀ ମିଳିଛି। ଘଟଗାଁ ତାରିଣୀ ପୀଠର ପାରିପାଶର୍‌ବିକ ବିକାଶ ପାଇଁ ୨୨୬ କୋଟି ମଞ୍ଜୁର। ୫୯ ଏକର ଜମିକୁ ନେଇ ପାରିପାଶର୍‌ବିକ ବିକାଶ ପାଇଁ DPR ପ୍ରସ୍ତୁତ ହେବ ।

Leave a Reply

Your email address will not be published. Required fields are marked *

error: Content is protected !!