SAMAJAINA

୨ ଭାଇଙ୍କୁ ଭୁଜାଲିରେ ଆକ୍ରମଣ: ଜଣେ ମୃତ

Spread the love

ଅନୁଗୋଳ,: :ଅନୁଗୋଳ ସହରସ୍ଥିତ ହରିମଉରୀ ଛକଠାରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି। ଗଣ୍ଡଗୋଳ ବେଳେ ଭୁଜାଲି ମାଡ ହୋଇଥିବା ଜଣାପଡ଼ିଛି। ଏଥିରେ ଦୁଇ ଭାଇ ସୌରଭ ବାସାକ ଏବଂ ସୌଭାଗ୍ୟ ବାସାକ ଗୁରୁତର ହୋଇଥିଲେ। ଚିକିତ୍ସାଧିନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ତେବେ ଏହି ଗଣ୍ଡଗୋଳ ଏବଂ ଆକ୍ରମଣର କାରଣ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଆମ୍ବୁଲାନ୍ସ ଗାଡି ବେପାରକୁ ନେଇ ଏହି ଗଣ୍ଡଗୋଳ ହୋଇଥିବା ସନ୍ଦେହ କରାଯାଉଛି । ତେବେ ଏହି ଦୁଇଭାଇଙ୍କୁ ଆକ୍ରମଣ କରିଥିବା ଗୋଷ୍ଠୀଙ୍କ ମଧ୍ୟରୁ ଜଣେ ଯୁବକ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଅନୁଗୋଳ ଟାଉନ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *

error: Content is protected !!