ଅପରାଧ

ଲାଞ୍ଚ ନେଉଥିବାବେଳେ ସହକାରୀ ଯନ୍ତ୍ରୀଙ୍କୁ ମାଡିବସିଲା ଭିଜିଲାନ୍ସ

Spread the love

କୁନ୍ଦୁରା, : କୋରାପୁଟ ଜିଲା କୁନ୍ଦୁରା ବ୍ଲକ କାର୍ଯ୍ୟାଳୟଠାରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ଲମ୍ବୋଦର ନାୟକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମସିଗାଁ ଗ୍ରାମ ପଞ୍ଚାୟତର ଏମଜିଏନଆରଇଜିଏ କାର୍ଯ୍ୟ ବିଲ କରାଇ ଦେବି କହି ୨୦ ହଜାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ମାଡିବସିଲା। ମସିଗାଁ ଗ୍ରାମ ପଞ୍ଚାୟତ ସ୍ଥିତ ଗ୍ରାମ୍ୟ ଉନ୍ନୟନ ରାସ୍ତା ଠାରୁ ଶ୍ମଶାନ ରାସ୍ତା ନିର୍ମାଣ ନିମନ୍ତେ ୬ ଲକ୍ଷ ଟଙ୍କାର ବିଲ କରିବାକୁ ଠିକାଦାରଙ୍କ ସହ ଚୁକ୍ତି ହୋଇଥିଲା। ଏହି କାମର ବିଲ କରିବା ନିମନ୍ତେ ଅଭିଯୋଗକାରୀ ପ୍ରଫୁଲ ସ୍ବାଇଁଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଇଥିବା ଭିଜିଲାନ୍ସ ସୂଚନା ଦେଇଛି। ଲମ୍ବୋଦର ନାୟକ ସହକାରୀ ଯନ୍ତ୍ରୀ ଭାବେ ରହି ବୈପାରୀଗୁଡାରୁ ଦଶହରା ପୂର୍ବରୁ କୁନ୍ଦୁରା ବ୍ଲକରେ ନିଯୁକ୍ତ ହୋଇଥିଲେ। ଲମ୍ବୋଦର ନାୟକଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଗୋଟିଏ ଭିଜିଲାନ୍ସ କେସ୍‌ ରହିଥିବା ସୂଚନା ମିଳିଛି। ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଲମ୍ବୋଦର ନାୟକ ୨୦୨୧ରେ କୁନ୍ଦୁରା ବ୍ଲକ ଠାରେ ନିଯୁକ୍ତ ହୋଇଥିବା ବେଳେ କିଛି ଦିନ ପରେ ତାଙ୍କୁ ବୈପାରୀଗୁଡାକୁ ସ୍ଥାନାନ୍ତର କରାଯାଇଥିଲା। ଭିଜିଲାନ୍ସ ଏସପି ରବୀନ୍ଦ୍ର କୁମାର ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଏହି ଗିରଫ ସମୟରେ ଜୟପୁର ଡିଏସପି ସଦାନନ୍ଦ ପାଣି, ଅଭୟ ପ୍ରଧାନ, ସୂର୍ଯ୍ୟକାନ୍ତି ଟାକ୍ରୀ, ଇନ୍ସପେକ୍ଟର ସୂର୍ଯ୍ୟ ପ୍ରକାଶ ନାୟକ, ସନ୍ତୋଷୀ ବାରିକ, ସଞ୍ଜୟ ପ୍ରଧାନ,ଅମିନ ଗୌରଚନ୍ଦ୍ର ବାଗ, ଫରେଷ୍ଟର ଗଗନ ବିହାରୀ ପଣ୍ଡା, ସୁଜିତ କୁମାର ନାୟକ,ଏଏସଆଇ ଦିଲ୍ଲୀପ କୁମାର ଭୂୟାଁ, ଏଏସଆଇ କେଶବ ଗରଲୁ ପ୍ରମୁଖ ରହିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!