ମୁଖ୍ୟ ଖବର

ବ୍ରହ୍ମପୁରରେ ଗୁଳିମାଡ଼: ଭାଜପା ନେତା ପୀତବାସ ପଣ୍ଡାଙ୍କ ମୃତ୍ୟୁ

Spread the love

ବ୍ରହ୍ମପୁର,: ବ୍ରହ୍ମପୁର ସହରର ବ୍ରହ୍ମାନଗର ଅଞ୍ଚଳରେ ଭାଜପା ନେତା ତଥା ବରିଷ୍ଠ ଆଇନ୍‌ଜୀବୀ ପୀତବାସ ପଣ୍ଡାଙ୍କୁ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣାସ୍ଥଳରେ ଦୁଇ ଦୁର୍ବୃତ୍ତ ତାଙ୍କ ଘର ବାହାରେ ଗୁଳିମାଡ଼ କରି ଫେରାର ହୋଇଯାଇଥିବା ଜଣାପଡ଼ିଛି। ପୀତବାସ ପଣ୍ଡା ରାଜ୍ୟ ଆଇନ୍‌ଜୀବୀ ପରିଷଦର ଜଣେ ସକ୍ରିୟ ସଦସ୍ୟ ଥିଲେ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *

error: Content is protected !!