ମୁଖ୍ୟ ଖବର

ଶ୍ରୀମନ୍ଦିରରେ ସମ୍ପୂର୍ଣ୍ଣ ବାରଣ ହେବ ଫୋନ୍‌

Spread the love

ପୁରୀ,: ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ବାରଣ ହେବ ମୋବାଇଲ। କୌଣସି ପୋଲିସ କିମ୍ବା ସେବାୟତ ବି ନେଇ ପାରିବେନି ମୋବାଇଲ। ଆଗକୁ ଓ୍ବାକିଟକି ବ୍ୟବସ୍ଥା ହେବ ବୋଲି କହିଛନ୍ତି ସୁରକ୍ଷା ସବ୍‌କମିଟି ମୁଖ୍ୟ। ବୈଠକ ପରେ ସୁରକ୍ଷା ସବକମିଟି ମୁଖ୍ୟ ଗିରୀଶ ଚନ୍ଦ୍ର ମୁର୍ମୁ ସୂଚନା ଦେଇ କହିଛନ୍ତି, ଶ୍ରୀମନ୍ଦିର ଭିତର ଓ ବାହାର ସୁରକ୍ଷା ନେଇ ଆଲୋଚନା ହୋଇଛି। କେତେକ ଜିନିଷ ନିଜକୁ କରିବାକୁ ହେବ, ଆଉ କିଛି ସରକାର କରିବେ। କାହାକୁ ହଇରାଣ କରିବାକୁ ନୁହେଁ, ଶ୍ରୀମନ୍ଦିର ସୁରକ୍ଷା ପାଇଁ ହେବ। ଅନ୍ୟ ମନ୍ଦିରର ସୁରକ୍ଷା ଅନୁଧ୍ୟାନ କରି ନିଷ୍ପତ୍ତି ନେବୁ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!