SAMAJAINA

ପିସି କାରବାର ରେ ଲିପ୍ତ କାମାକ୍ଷାନଗର ଗ୍ରାମ୍ୟ ଉର୍ନ୍ନୟନ ବିଭାଗ

Spread the love

କଙ୍କଡ଼ାହାଡ଼ – : ଦୁର୍ନୀତିର ଶୀର୍ଷରେ ଏବେ କାମାକ୍ଷାନଗର ଗ୍ରାମ୍ୟ ଉନ୍ନୟନ ବିଭାଗ। ଗ୍ରାମ୍ୟ ଉନ୍ନୟନବିଭାଗର ମନମାନି ଯୋଗୁଁ ଆର୍ଥିକ କ୍ଷତି ସହୁଛନ୍ତି ସରକାର। ଅତି ନିମ୍ନମାନର କାମକରି ଚଳୁ କରି ଖାଇଦେଲେ ବିଜୁ ସେତୁ ଓ ରାସ୍ତା। କାମର ଏକ ବର୍ଷେ ନପୂରୁଣୁ ଉଠିଗଲା ପିଚୁ ଉଠି ବେହାଲ। ଗ୍ରାମ୍ୟ ଉର୍ନ୍ନୟନ ବିଭାଗ ତରଫରୁ ପ୍ରାୟ ଏକ କୋଟି ପାଖାପାଖି ବୟ ବରାଦରେ ବାମ ଠାରୁ ପଥର ଗଡ଼ ବିଜୁ ସେତୁ ରାସ୍ତା ନିର୍ମିତ ହୋଇଥିଲା। କାମ କରୁଥିବା ଠିକା ସଂସ୍ଥା ନିହାର ରଞ୍ଜନ ପଟେଲ ଏହି କାମଟି ଟେଣ୍ଡର ନେଇଥିଲେ।କାମ ଚାଲୁଥିବାବେଳେ ନିମ୍ନ ମାନର କାମ ହେଉଛି ବୋଲି ଲୋକମାନଙ୍କର ଅଭିଯୋଗ ପରେ କେତେକ ଗଣ ମାଧ୍ୟମ ରେ ପ୍ରକାଶ ପାଇଥିଲା। କିନ୍ତୁ ଏହାକୁ ବୃକ୍ଷପ ନକରି ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ ଙ୍କ ମଧୁ ଚନ୍ଦ୍ରିକାରେ ଭଲ କାମ ହେଉଛି କହି ନିଜକୁ ନିଜେ ଲୋକ ଦେଖାଣିଆ ବାଃ ବାଃ ନେଉଥିଲେ। ପ୍ରଶ୍ନ ଉଠୁଛି ଯଦି ଭଲ କାମ ହେଉଥିଲା ତାହାଲେ ବର୍ଷେ ନପୂରୁଣୁ ଏମିତି ରାସ୍ତା ଏତେ ସୂଚନୀୟ ହେଲା କେମିତି। ନେ ଆଦିବାସୀ ଅଧୁଷିତ ଅଞ୍ଚଳ ଭାବି ଅତ୍ୟଧିକ ମାତ୍ରାରେ ପସି ନେଇ ଚଳୁ କରିଛନ୍ତି କାମାକ୍ଷାନଗର ଗ୍ରାମ୍ୟ ଉର୍ନୟନ ବିଭାଗ .। ଏହି ରାସ୍ତାରେ ଯିଏ ଯାଉଛି ଚର୍ଚ୍ଚାର ବିଷୟ ପାଲଟିଛି। ଏହାର ସଠିକ ତଦନ୍ତ ପାଇଁ ମୋହନ ସରକାଙ୍କୁ ଅଞ୍ଚଳ ବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!