ରାଜନୀତି

ଜୟଙ୍କ ପାଇଁ ଘର ଘର ବୁଲି ଭୋଟ ମାଗୁଛନ୍ତି ମା’

Spread the love

ନୂଆପଡ଼ା, :ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ମଙ୍ଗଳବାର ଭାଜପା ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ତାଙ୍କ ମା’ କଳ୍ପନା ଢୋଲକିଆ ଘର ଘର ବୁଲି ଭୋଟ ଭିକ୍ଷା କରିଛନ୍ତି। ତାଙ୍କ ସହ କଳାହାଣ୍ଡି ଏମ୍‌ପି ମାଳବିକା ଦେବୀ ଓ ଅନ୍ୟ ନେତାମାନେ ସାମିଲ ହୋଇଥିଲେ। ଏହି ପରିପ୍ରେକ୍ଷୀରେ କୋମନା ବ୍ଲକ ରଜନା ପଞ୍ଚାୟତ ମୁଖ୍ୟାଳୟରେ ଏକ ନିର୍ବାଚନୀ ସଭା ଆୟୋଜନ ହୋଇଥିଲା। ଏଥିରେ କଳାହାଣ୍ଡି ଏମ୍‌ପି ମାଳବିକା ଯୋଗଦେଇ ଡବଲ ଇଞ୍ଜିନ ସରକାରର ଲାଭ କିଭଳି ଓଡ଼ିଶାବାସୀ ପାଉଛନ୍ତି ତାହା କହିଥିଲେ। ଭାଜପା ପ୍ରାର୍ଥୀ ଜୟ ବିଜୟୀ ହେଲେ ଟ୍ରିପଲ ଇଞ୍ଜିନ ସରକାରରେ ନୂଆପଡ଼ାର ବିକାଶ କ୍ଷିପ୍ର ହେବ ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!