ମୁଖ୍ୟ ଖବର

ଇନଷ୍ଟାଗ୍ରାମରୁ ପ୍ରେମ, ଲଜ୍‌ରେ କଲେଜ ଛାତ୍ରୀଙ୍କୁ ବଳାତ୍କାର

Spread the love

ବ୍ରହ୍ମପୁର: ଜଣେ କଲେଜ ଛାତ୍ରୀଙ୍କୁ ପ୍ରଲୋଭିତ କରି ଲଜ୍‌ରେ ରଖି ବଳାତ୍କାର କରିବା ଅଭିଯୋଗରେ ଅଭିଯୁକ୍ତ ଯୁବକଙ୍କୁ ବ୍ରହ୍ମପୁର ବଡ଼ବଜାର ପୋଲିସ ବାନ୍ଧିଛି। ସେ ହେଲେ ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ତିରୁପତି ନଗର ୪ର୍ଥ ଲାଇନ୍‌ରେ ରହୁଥିବା ରିତେଶ ପଟ୍ଟନାୟକ(୨୩)। ତାଙ୍କୁ ବଳାତ୍କାର, ଠକେଇ ଓ ପ୍ରତାରଣା ଅଭିଯୋଗରେ ଗିରଫ କରାଯାଇଛି। ରିତେଶଙ୍କଠାରୁ ଏକ ଦାମୀ ବାଇକ୍‌, ୨ଟି ମୋବାଇଲ ଫୋନ୍‌ ଜବତ ହୋଇଛି। ପୀଡ଼ିତା ଓ ଅଭିଯୁକ୍ତଙ୍କ ଡାକ୍ତରୀମାଇନା କରାଯାଇଛି। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ରିତେଶଙ୍କୁ ମାମଲା ନଂ.୫୬୫/୨୫ରେ ବୁଧବାର କୋର୍ଟ ଚାଲାଣ କରାଯାଇଛି। ଲଜ୍‌ କିଏ ବୁକ୍‌ କରିଥିଲେ, ପୀଡ଼ିତା ସେଠାରେ ରହିଥିଲେ ଓ ଏଥିରେ ଲଜ୍‌ର କୌଣସି କର୍ମଚାରୀଙ୍କ ସମ୍ପୃକ୍ତି ଅଛି କି ନାହିଁ ସେ ଦିଗରେ ପୋଲିସ ତଦନ୍ତ ଜାରି ରଖିଛି।ରିତେଶ ଦୁବାଇରେ କାମ କରୁଥିବା କହି ବଡ଼ବଜାର ଥାନା ଅଞ୍ଚଳରେ ରହି ଯୁକ୍ତ୨ ପଢ଼ୁଥିବା ଛାତ୍ରୀଙ୍କ ସହ ଗତ ଜୁନ୍‌ ମାସରେ ଇନ୍‌ଷ୍ଟାଗ୍ରାମରେ ସମ୍ପର୍କ ଆରମ୍ଭ କରିଥିଲେ। କିଛିଦିନ ମେସେଜ୍‌ କରିବା ପରେ ରିତେଶ ତାଙ୍କୁ ବିବାହ କରିବେ ବୋଲି କହି ଫଟୋ ଉଠାଇଥିଲେ। ସମ୍ପର୍କ ବଢ଼ିବା ପରେ ଛାତ୍ରୀଙ୍କୁ ଘରୁ ସୁନା ଓ ଟଙ୍କା ଆଣିବାକୁ କହିଥିଲେ। ତେଣୁ ଛାତ୍ରୀ ଜଣଙ୍କ ନିଜ ଆକାଉଣ୍ଟରୁ ୪୦ ହଜାର ଟଙ୍କା ଉଠାଇବା ସହ ଘରୁ ୧୦ ଭରି ସୁନା ଅଳଙ୍କାର ଆଣି ଯୁବକଙ୍କୁ ଦେଇଥିଲେ। ସେହି ସୁନାକୁ ରିତେଶ ମୁଥୁଟ୍‌ ଫାଇନାନ୍ସରେ ବନ୍ଧକ ରଖି ୫ ଲକ୍ଷ ଆଣିଥିଲେ। ଏହାପରେ ସେ ଛାତ୍ରୀଙ୍କୁ ସହରର ଏକ ଲଜ୍‌କୁ ନେଇ ସେଠାରେ ବିବାହ ପ୍ରତିଶ୍ରୁତି ଦେଇ ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲେ। ସେ ସମୟରେ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ମଧ୍ୟ ଉତ୍ତୋଳନ କରିଥିଲେ। ପରେ ନାବାଳିକାଙ୍କୁ ପ୍ରତାରଣା କରିବା ସହ ଟଙ୍କା ଓ ସୁନା ଅଳଙ୍କାର ମାଗିଲେ ଫଟୋ, ଭିଡିଓ ଭାଇରାଲ କରିଦେବାକୁ ଧମକ ଦେଇଥିଲେ। ଏଥିରେ ଛାତ୍ରୀ ଜଣଙ୍କ ଭୟଭୀତ ହୋଇ ବଡ଼ବଜାର ଥାନାରେ ଅଭିଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!