ରାଜ୍ୟ

ଆଦିବାସୀ ଟଙ୍କାରେ ଅୟସ କରୁଥିଲେ ଯନ୍ତ୍ରୀ, ଡେପୁଟେଶନରେ ଯିବାକୁ ଜାରି ହେଲା ଅର୍ଡର

Spread the love

ନୀଳଗିରି,୧୯ା୧୧ : ନୀଳଗିରିର ବହୁ ବାଦବିବାଦରେ ଲିପ୍ତ ନୀଳଗିରି ବ୍ଲକର ସହକାରୀ ଯନ୍ତ୍ରୀ ଶରତଚନ୍ଦ୍ର ଉପାଧ୍ୟାୟ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକକୁ ଡେପୁଟେଶନରେ ବଦଳି ଅର୍ଡର ହୋଇଥିବା ଜଣାଯାଇଛି। ଆଇଟିଡିଏ କାର୍ଯ୍ୟରତ ଥିବାବେଳେ ଆଦିବାସୀ ଟଙ୍କାରେ ଅୟସ କରୁଥିଲେ ଯନ୍ତ୍ରୀ ଜଣକ। ବହୁ ବାଦବିବାଦରେ ଲିପ୍ତ ନୀଳଗିରି ବ୍ଲକର ସହକାରୀ ଯନ୍ତ୍ରୀ ଶରତ ଚନ୍ଦ୍ର ଉପାଧ୍ୟାୟଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବାଲେଶ୍ୱର ଜିଲାପାଳ ଚିଠି ନମ୍ବର ୪୮୨୯ ତା- ୧୭.୧୧.୨୫ ଅନୁଯାୟୀ ଭୋଗରାଇକୁ ଡେପୁଟେଶନରେ ବଦଳି ଅର୍ଡର କରାଯାଇଛି। ଉପାଧ୍ୟାୟଙ୍କ ସ୍ଥାନରେ ରେମୁଣା ବ୍ଲକର ସହକାରୀଯନ୍ତ୍ରୀ କାର୍ଯ୍ୟଭାର ଗ୍ରହଣ କରିବାର ନିର୍ଦ୍ଦେଶ ରହିଛି। ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଉପାଧ୍ୟାୟଙ୍କ ତେଲ ପକାଇ ଅର୍ଥହଡପ ଘଟଣା ଲୋକଲୋଚନକୁ ଆସିଥିଲା। ସତ୍ୟତା ପ୍ରମାଣିତ ପରେ ଉପାଧ୍ୟାୟଙ୍କୁ ଜିଲାପାଳ ଡେପୁଟେଶନରେ ବଦଳି କରିଥିବାର ଜଣାପଡ଼ିଛି। ଯନ୍ତ୍ରୀ ଉପାଧ୍ୟାୟ ନୀଳଗିରି ଆଇଟିଡିଏରେ କାର୍ଯ୍ୟରତ ଥିବାବେଳେ ସରକାରୀ ତେଲ ବିଲ ନେଇ ସରକାରୀ ଗାଡ଼ିରେ ତେଲ ନ ପକାଇ ନିଜଗାଡ଼ିରେ ଡିଜେଲ ବଦଳରେ ପେଟ୍ରୋଲ ପକାଇବା ସିସିଟିଭିରେ କଏଦ ହୋଇ ଘଟଣା ଲୋକଲୋଚନକୁ ଆସିବା ପରେ ଜିଲାପାଳ ତଦନ୍ତ କରିବାକୁ ନୀଳଗିରି ଉପଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନୀଳଗିରି ଉପଜିଲାପାଳ ତଦନ୍ତ କରି ଘଟଣାର ସତ୍ୟତା ଜାଣି ଜିଲାପାଳଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କରିଥିଲେ। ଜିଲାପାଳ ତଦନ୍ତ ରିପୋର୍ଟକୁ ଆଧାର କରି ଉପାଧ୍ୟାୟଙ୍କ ବଦଳି କରିବାକୁ ରାଜ୍ୟ ସରକାରଙ୍କୁ ସୁପାରିସ କରିଥିଲେ। ଏହି ଆଧାରରେ ରାଜ୍ୟ ସରକାର ଉପାଧ୍ୟାୟଙ୍କର ଡେପୁଟେଶନରେ ବଦଳି କରିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!