Oplus_131072
ଭଦ୍ରକ, : ଭଦ୍ରକରେ ଭାଙ୍ଗୁଛି ବିଜେଡି ଗଡ଼। ଜଣଙ୍କ ପରେ ଜଣେ ବ୍ଲକ ଅଧ୍ୟକ୍ଷ ଦେଇ ଚାଲିଛନ୍ତି ଇସ୍ତଫା। ବିଜେଡିରୁ ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ ଇସ୍ତଫା ଦେଇଥିବାବେଳେ ଭଣ୍ଡାରିପୋଖରୀ ବ୍ଲକ ଅଧ୍ୟକ୍ଷା ସୁମତୀ ସେଠୀ ମଧ୍ୟ ଇସ୍ତଫା ଦେଇଛନ୍ତି। ଦଳର ପ୍ରାଥମିକ ସଦସ୍ୟ ପଦରୁ ଉଭୟେ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ଜିଲା ସଭାପତିଙ୍କୁ ଇସ୍ତଫାପତ୍ରପଠାଇ ଦେଇଛନ୍ତି।ସେହିପରି ପୂର୍ବରୁ ବିଜେଡିରୁ ଇସ୍ତଫା ଦେଇଛନ୍ତି ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ । ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ଜିଲା ସଭାପତିଙ୍କୁ ସେ ତାଙ୍କ ଇସ୍ତଫାପତ୍ର ପଠାଇଛନ୍ତି।
