ମୁଖ୍ୟ ଖବର

ଆମେ ଯୁଦ୍ଧ ଆରମ୍ଭ କରିନାହୁଁ, ଲକ୍ଷ୍ୟ ପୂରଣ ହେଲେ ଶେଷ କରିବୁ: ପୁଟିନ

Spread the love

ନୂଆଦିଲ୍ଲୀ,: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ପଶ୍ଚିମ ରାଷ୍ଟ୍ର ଓ ୟୁକ୍ରେନ ଉପରେ ବର୍ଷିଛନ୍ତି। ସେ ଦୃଢ଼ତାର ସହ କହିଛନ୍ତି ଯେ ରୁଷିଆ ୟୁକ୍ରେନ ଯୁଦ୍ଧ ଆରମ୍ଭ କରିନାହିଁ। ବରଂ ପଶ୍ଚିମ ରାଷ୍ଟ୍ରଙ୍କ ପ୍ରଭାବରେ ୟୁକ୍ରେନ ହିଁ ରୁଷିଆକୁ ଏହି ଯୁଦ୍ଧରେ ଜଡ଼ିତ କରିଛି। ତେବେ ନିଜର ଲକ୍ଷ୍ୟ ପୂରଣ ହେବା ପରେ ରୁଷିଆ ନିଶ୍ଚିତ ଭାବରେ ଏହି ଯୁଦ୍ଧକୁ ସମାପ୍ତ କରିବ।ପୁଟିନ କହିଛନ୍ତି ଯେ ରୁଷିଆ ଭାଷାକୁ ବ୍ୟାନ କରି ଏବଂ ମନ୍ଦିର ଓ ଚର୍ଚ୍ଚରୁ ଲୋକଙ୍କୁ ଦୂରେଇ ରଖି ୟୁକ୍ରେନ ରୁଷର ସ୍ୱାର୍ଥକୁ କ୍ଷତି ପହଞ୍ଚାଇଛି। ସେ କହିଥିଲେ, “ମୂଳ କଥା ହେଉଛି, ରୁଷିଆ ସବୁ ପରିସ୍ଥିତିରେ ନିଜର ସ୍ୱାର୍ଥ, ସେଠାରେ ରହୁଥିବା ନିଜ ଲୋକଙ୍କୁ, ଆମର ପାରମ୍ପରିକ ମୂଲ୍ୟବୋଧ ଓ ରୁଷିଆ ଭାଷାକୁ ରକ୍ଷା କରିବାକୁ ଦୃଢ଼ ସଂକଳ୍ପବଦ୍ଧ ଏବଂ ନିଶ୍ଚିତ ଭାବରେ ଏହା କରିବ।”ରୁଷୀୟ ଅର୍ଥୋଡକ୍ସ ଚର୍ଚ୍ଚକୁ ବ୍ୟାନ କରାଯାଇ ଅନ୍ୟ ଚର୍ଚ୍ଚଗୁଡ଼ିକୁ ଜବତ କରାଯାଇଥିବା ହେତୁ ରୁଷ ସେହି ଅଞ୍ଚଳଗୁଡ଼ିକରେ ନିଜର ସ୍ଥିତିକୁ ଦୋହରାଇବା ପାଇଁ ଲଢ଼ୁଛି।ପୁଟିନ ପଶ୍ଚିମ ରାଷ୍ଟ୍ର ଉପରେ ଅଭିଯୋଗ ଆଣି କହିଛନ୍ତି ଯେ ୟୁକ୍ରେନରେ ଶାସନ ପରିବର୍ତ୍ତନ କରିବା ପାଇଁ ପଶ୍ଚିମ ରାଷ୍ଟ୍ର ୟୁକ୍ରେନକୁ ସମର୍ଥନ କରି ଯୁଦ୍ଧ ଆରମ୍ଭ କରିବାକୁ ଷଡ଼ଯନ୍ତ୍ର କରିଥିଲେ।ଡୋନବାସ ଅଞ୍ଚଳର ନାଗରିକଙ୍କ ବିରୋଧରେ ୮ ବର୍ଷ ଧରି ଚାଲିଥିବା ହିଂସା ଉପରେ ପଶ୍ଚିମ ଦେଶଗୁଡ଼ିକ ଚୁପ୍ ରହିଥିଲେ, ତେଣୁ ରୁଷିଆ ଏହି ଅଞ୍ଚଳକୁ ସମର୍ଥନ କରିବାକୁ ବାଧ୍ୟ ହୋଇଥିଲା।ସେ ଦୋହରାଇ କହିଥିଲେ, “ଆମର ସ୍ୱତନ୍ତ୍ର ସାମରିକ ଅଭିଯାନ ଯୁଦ୍ଧର ଆରମ୍ଭ ନୁହେଁ, ବରଂ ପଶ୍ଚିମ ରାଷ୍ଟ୍ର ୟୁକ୍ରେନର ଜାତୀୟତାବାଦୀମାନଙ୍କୁ ବ୍ୟବହାର କରି ଆରମ୍ଭ କରିଥିବା ଯୁଦ୍ଧକୁ ଶେଷ କରିବାର ଏକ ପ୍ରୟାସ

Leave a Reply

Your email address will not be published. Required fields are marked *

error: Content is protected !!