ଅସ୍ତରଙ୍ଗରେ ପହଞ୍ଚିଲା ପିଇବା ପାଣି ଜିଲ୍ଲାପାଳଙ୍କୁ ସାଧୁବାଦ ଜଣାଇଲେ ଅଞ୍ଚଳବାସୀ
ଅସ୍ତରଙ୍ଗ : ପିଇବା ପାଣି ଅସ୍ତରଙ୍ଗ ବାସୀଙ୍କ ମୁଖ୍ୟ ସମସ୍ୟା ଦୀର୍ଘ ସାତ ଦିନ ହେବ ଅସ୍ତରଙ୍ଗ ଅଞ୍ଚଳ ରେ ପିଇବା ପାଣି ନଥିବାରୁ ଡହଳବିକଳ ହୋଇପଡି ଥିଲେ ଅଞ୍ଚଳବାସୀ। ଗ୍ରାମ୍ୟ ପରିମଳ ପାନୀୟ ବିଭାଗ ପକ୍ଷରୁ କାକଟପୁର ମୂଳା ଗଡ଼ ଛକରେ ପାଣି ପାଇପି ମରାମତି ହୋଇପାରିନଥିଲା।ଏ ସମ୍ପର୍କରେ ଅସ୍ତରଙ୍ଗ ପ୍ରେସ୍ କ୍ଲବ୍ ର ସଭାପତି ତଥା ଅସ୍ତରଙ୍ଗ ପ୍ରେସ୍ କ୍ଲବ୍ ର ସଭାପତି ଶରତ କୁମାର ପରିଡ଼ା ପୁରୀ ଜିଲ୍ଲାପାଳ ଶ୍ରୀଯୁକ୍ତ ଦିବ୍ୟଜ୍ୟୋତି ପରିଡ଼ା ଙ୍କୁ ଅବଗତ କରିଥିଲେ। ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ କରି ଅଧଘଣ୍ଟା ପାଇଁ ପାଣି ଯୋଗାଇ ଦେଇଥିଲେ। ଭୁବନେଶ୍ୱର ରୁ ଉନ୍ନତ ମାନର ବିଶେଷଜ୍ଞ ଟିମ୍ ଆସି ମରାମତି କରିବା ପରେ ପାଣି ପାଇପ୍ ସଚଳ ହୋଇଥିଲା ଯାହା ଫଳରେ ଅସ୍ତରଙ୍ଗ ଅଞ୍ଚଳରେ ପିଇବା ପାଣି ପହଞ୍ଚି ଥିଲା। ଜିଲ୍ଲାପାଳ ଶ୍ରୀଯୁକ୍ତ ପରିଡ଼ା ଙ୍କ ମହନୀୟତା ପାଇଁ ଅସ୍ତରଙ୍ଗ ଅଞ୍ଚଳରେ ଚର୍ଚ୍ଚା ଜିଲ୍ଲାପାଳ ହେବ ତ ଏମିତି।
