ରାଜ୍ୟ

ଡ଼ିଡ଼ିଏମ ମୁଣ୍ଡ ବଥାର କାରଣ ନିୟନ୍ତ୍ରଣ ବାହାରେ ଟ୍ରେ-ଚୋର-ସ୍ୱାଧୀନ

Spread the love

ଯୋଡ଼ା:-ଯୋଡ଼ା ଖଣିବିଭାଗରେ ଟ୍ରେ-ଚୋର ନିୟନ୍ତ୍ରଣ ସୀମା ବାହାରେ-ଡ଼ିଡ଼ିଏମ।ହେଲେ ଉପାୟ ଶୂନ୍ୟ ଜଣାପଡନ୍ତି ନୂତନ ଖଣି ଉପ-ନିର୍ଦ୍ଦେଶକ ବିଆର ସେଠୀ। ତେବେ ଖଣି ଉପ-ନିର୍ଦ୍ଦେଶକଙ୍କ ଚିନ୍ତା ବଢାଇବା ସହ ମୁଣ୍ଡବଥାର କାରଣ ପ୍ରମୁଖ ଟ୍ରେ-ନମ୍ବର ଲିକ କରୁଥିବା ପ୍ରୟୋଗଶାଳାର ଚୋର ସ୍ୱାଧୀନ’ର ତାଣ୍ଡବରେ ଅସ୍ତବ୍ୟସ୍ତ-ଡ଼ିଡ଼ିଏମ।ହେଲେ ଆରମ୍ଭରୁ ଟ୍ରେ-ନମ୍ବର ଚୋର ସ୍ୱାଧୀନ ନୂତନ ଡ଼ିଡ଼ିଏମ-ବିଆର ସେଠୀଙ୍କ ଯେତେ ମୁଣ୍ଡ’ବଥା ସୃଷ୍ଟି କରିଥିଲେ ମଧ୍ୟ ତାକୁ ସମ୍ପୂର୍ଣ୍ଣ ସାହାଯ୍ୟରେ,ଶ୍ରେଷ୍ଠ ପଥରଚୋର ଡ଼ିଡ଼ିସିଏ-ସୋରେନକୁ ସସ୍ମିତା’ର ହାତ ପ୍ରଚ୍ଛଦପଟରେ ରହିଥିବାରୁ ଯୋଡ଼ା ଏବଂ କୋଇଡା ମଣ୍ଡଳର ହାଏଗ୍ରେଡ଼ ଲୁହାପଥର ପରୀକ୍ଷା ଫଳ-ନିଷ୍ଫଳ ରହିଛି।ତେବେ ଟ୍ରେ-ଚୋର ସ୍ୱାଧୀନକୁ ସୋରେନ-ସସ୍ମିତା ସ୍ୱତନ୍ତ୍ର ସୁବିଧା ଯୋଗାଇବା ସହ ପ୍ରତିଦିନ ଦାମୀ’କାର ଯୋଗେ ହୋଟେଲରେ ଖାନା ବ୍ୟବସ୍ଥାରେ,ଆଉ ଘରକୁ ନଯିବା ବାହାନାରେ ମଧ୍ୟାହ୍ନରେ ରେଣ୍ଡାମାଇଜେସନରୁ ସ୍ୱାଧୀନ କରେ ନମ୍ବର ଚୋରୀ।ଯଦ୍ୱାରା ସସ୍ମିତା ଉକ୍ତ ନମ୍ବରରୁ ପ୍ରାୟ କମ୍ପାନୀର ନାମ ଜାଣି ରିପୋର୍ଟ ଦିଏ ପ୍ରସ୍ତୁତ କରି।ଫଳରେ ଉଭୟ ସୋରେନ-ସସ୍ମିତା ଅସାଧୁ କମ୍ପାନୀଙ୍କୁ ଦେଇଥିବା ହିତରେ ଲୋଗ୍ରେଡ଼ ରିପୋର୍ଟ ଅନୁଯାୟୀ ଆଦାୟ କରନ୍ତି,ଲକ୍ଷାଧିକ ବଟି।ହେଲେ ସସ୍ମିତା-ସୋରେନ ଦୁର୍ନୀତି କାହାଣୀରେ ନୂତନ ଡ଼ିଡ଼ିଏମ-ବିଆର ସେଠୀଙ୍କ ଭେଜା ଗଲାଣି ଉଡି,ଟ୍ରେ-ଚୋର ସ୍ୱାଧୀନ ବାଣରେ ଆରମ୍ଭ ଦିନରୁ ହୁଅନ୍ତି ଡ଼ିଡ଼ିଏମ ପାଣିପାଣି।

Leave a Reply

Your email address will not be published. Required fields are marked *

error: Content is protected !!