ରାଜ୍ୟ

ପାଣିପାଗ ବିଶେଷଜ୍ଞ ପାଲଟିଗଲେ ଲାଲୁ: ମୋଦୀଙ୍କ ଗସ୍ତକୁ କଟାକ୍ଷ କରି କହିଲେ, ବିହାରରେ ହେଉଛି ‘ମିଛର ବର୍ଷା’..‘ପ୍ରତିଶ୍ରୁତିର କୁଆପଥର ମାଡ଼’

Spread the love

ପାଟଣା: ମୁଣ୍ଡ ଉପରେ ବିଧାନସଭା ନିର୍ବାଚନ । ଆଉ ମାସ କେଇଟା ପରେ ବିହାରରେ ହେବ ବିଧାନସଭା ନିର୍ବାଚନ । ଆଗକୁ ନିର୍ବାଚନ ଥିବାରୁ ସବୁ ରାଜନୈତିକ ଦଳ ଜୋରଦାର ପରିଶ୍ରମ ଏବଂ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରି ଦେଇଥିବା ବେଳେ ବିହାରକୁ ବାରମ୍ବାର ଗସ୍ତ କରିବାରେ ଲାଗିଛନ୍ତି ମୋଦୀ । ପହଲଗାମ୍ ହମଲା ପରେ ଥରେ ଯାଇଥିଲେ, ଅପରେସନ ସିନ୍ଦୂର ପରେ ଯାଇଥିଲେ ଏବଂ ଆଜି ପୁଣି ଥରେ ବିହାରକୁ ଭେଟି ନେଇ ଯିବାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ବିରୋଧୀ । ମୋଦୀଙ୍କ ଗସ୍ତକୁ କଟାକ୍ଷ କରି ଏକ ମଜାଳିଆ ଢଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ।

ପାଣିପାଗ ବିଶେଷଜ୍ଞଙ୍କ ପରି ମୋଦୀଙ୍କ ଗସ୍ତକୁ ନେଇ ଲାଲୁ କହିଛନ୍ତି- ବିହାରର ହିତ ପାଇଁ ପାଣିପାଗ ସତର୍କତା – ଆଜି ବିହାରରେ ଡାହା ମିଛ ଏବଂ ମିଥ୍ୟା ପ୍ରତିଶ୍ରୁତି ସହ ଭ୍ରମର ପ୍ରବଳ ବର୍ଷା ହେଉଛି.. ଏଥିସହ ଘଡ଼ଘଡ଼ି ସହିତ ଲୋଭନୀୟ ପ୍ରତିଶ୍ରୁତିର କୁଆପଥର ମଧ୍ୟ ମାଡ଼ ହେଉଛି.. ତେଣୁ ଟିକେ ସମସ୍ତେ ସତର୍କ ରୁହନ୍ତୁ.. 

କହି ମୋଦୀଙ୍କ ଭାଷଣକୁ ଏବଂ ତାଙ୍କର ବିହାର ନିର୍ବାଚନକୁ ଆଖି ଆଗରେ ରଖି ଦେଉଥିବା ପ୍ରକଳ୍ପ ଭେଟିକୁ ସମାଲୋଚନା କରିଛନ୍ତି ଲାଲୁ । ନିଜ ସୋସିଆଲ ମିଡିଆ ଏକ୍ସରେ ଏକ ଏଆଇ ଭିଡିଓ ପୋଷ୍ଟ କରି ସେ ଏହି ପାଣିପାଗ ପରି ସତର୍କତା ଜାରି କରିଛନ୍ତି । ଯେଉଁଠି ଜଣେ ଗରିବ ଲୋକ ଛତା ଧରି ଗୀତ ଗାଉଥିବା ବେଳେ ମୋଦୀ ଏବଂ ନୀତୀଶ ନାଚୁଥିବା ଦେଖିବାକୁ ମିଳିଛି ।ସେପଟେ ମୋଦୀ ବିହାରରେ ପରିବାରବାଦ ରାଜନୀତି ଉପରେ କହି ଆରଜେଡିକୁ ନିଶାନା କରିଥିବା ବେଳେ ଆରଜେଡି ଓ କଂଗ୍ରେସର ମେଣ୍ଟକୁ କଟାକ୍ଷ କରିଥିଲେ । କ୍ଷମତା ପାଇଁ ଲୋଭୀ ଲୋକମାନେ କେବଳ ନିଜ ପରିବାରକୁ ପ୍ରୋତ୍ସାହିତ କରିବାରେ ଧ୍ୟାନ ଦିଅନ୍ତି ମାତ୍ର ଏପରିସ୍ଥଳେ ଆମ ସରକାର ସାମଗ୍ରିକ ବିକାଶ ପାଇଁ କାମ କରେ ବୋଲି ମୋଦୀ କହିଥିଲେ । 

Leave a Reply

Your email address will not be published. Required fields are marked *

error: Content is protected !!