ରାଜ୍ୟ

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

Spread the love

ଭୁବନେଶ୍ୱର, : ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି।ଏହି ସମୟ ମଧ୍ୟରେ ୩୯୫ ଜଣ ମୃତ ଶ୍ରମିକଙ୍କର ପାର୍ଥିବ ଶରୀରକୁ ସେମାନଙ୍କ ପୈତୃକ ସ୍ଥାନକୁ ଫେରାଇ ଅଣାଯାଇଛି। କଳାହାଣ୍ଡି ଜିଲାର ସର୍ବାଧିକ ୬୦ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଏହା ପଛକୁ ଗଞ୍ଜାମର ୫୬ ଜଣ, ବଲାଙ୍ଗୀର ୩୮ ଜଣ, ନବରଙ୍ଗପୁର ୩୫ ଜଣ ରହିଛନ୍ତି।ଚଳିତ ବର୍ଷ ନଭେମ୍ବର ସୁଦ୍ଧା ୧,୧୦୭ ଜଣ ଠିକାଦାରଙ୍କୁ ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ (ନିଯୁକ୍ତି ଏବଂ ସେବା ସର୍ତ୍ତାବଳୀ ନିୟନ୍ତ୍ରଣ) ଅଧିନିୟମ, ୧୯୭୯ ଅନୁଯାୟୀ ଲାଇସେନ୍ସ ପ୍ରଦାନ କରାଯାଇଛି। ଏହି ଲାଇସେନ୍ସ ଅଧୀନରେ ୭୦,୩୬୦ ଶ୍ରମିକଙ୍କୁ ଅନ୍ୟ ରାଜ୍ୟକୁ ଯିବାରେ ସୁବିଧା ଯୋଗାଇ ଦିଆଯାଇଛି।୨୦୨୫ ମସିହାରେ ବଲାଙ୍ଗୀର ଜିଲାରୁ ସର୍ବାଧିକ ୫,୪୫,୮୧୬ ଜଣ ଶ୍ରମିକ କାମ ପାଇଁ ଅନ୍ୟ ରାଜ୍ୟକୁ ଯାଇଛନ୍ତି, ଯାହା ପରେ ନୂଆପଡ଼ା (୮,୬୫୫), ଗଞ୍ଜାମ (୨,୫୫୩), ବରଗଡ଼ (୧,୪୫୯) ଏବଂ ଢେଙ୍କାନାଳ (୧,୦୬୪) ରହିଛି।

Leave a Reply

Your email address will not be published. Required fields are marked *

error: Content is protected !!