ବିଏଲ ସନ୍ତୋଷଙ୍କ ଉପସ୍ଥିତରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରୁଦ୍ଧଦ୍ଵାର ବୈଠକ, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବଡ଼ ବୈଠକ। ଗତକାଲି ବିଜେପି ତରଫରୁ ବିଭିନ୍ନ ମୋର୍ଚ୍ଚା ପାଇଁ ସଭାପତି ଚୟନ ହେବା ପରେ ଏବେ ରାଜ୍ୟ କାର୍ଯ୍ୟାଳୟରେ ବସିଛି ବଡ଼ ବୈଠକ। ଏହି ବୈଠକରେ ଉପସ୍ଥିତ ଅଛନ୍ତି ବିଜେପି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ । ମିଳିଥିବା ସୂଚନା ଅନୁସାରେ, ବିଏଲ ସନ୍ତୋଷ ନୂଆ ପଦାଧିକାରୀ ଟିମ୍ ସହ ଆଲୋଚନା କରିବେ, ଆଉ ଦିନ ତମାମ ବିଭିନ୍ନ ପର୍ଯ୍ୟାୟରେ ବସିବ ବୈଠକ।ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ସଙ୍ଗଠନ ମନ୍ତ୍ରୀ, ନୂଆ କରି ଦାୟିତ୍ୱ ନେଇଥିବା ସାଧାରଣ ସମ୍ପାଦକ, ଉପସଭାପତି, ସମ୍ପାଦକଙ୍କ ସହିତ ବିଏଲ ସନ୍ତୋଷ ରୁଦ୍ଧଦ୍ଵାର ବୈଠକ କରିବେ। ସେହିପରି ୭ ମୋର୍ଚ୍ଚା ସଭାପତି, ଜିଲ୍ଲା ପ୍ରଭାରୀ, ଜିଲ୍ଲା ସଭାପତିଙ୍କ ସହିତ ମଧ୍ୟ ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ଆଲୋଚନା କରିବେ । ଏହି ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ମହାମନ୍ତ୍ରୀ ମାନସ ମହାନ୍ତିଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମର, ସହ ପ୍ରଭାରୀ ଲତା ଉସେଣ୍ଡି ମଧ୍ୟ ରହିଛନ୍ତି ।
