ରାଜ୍ୟ

ରିଭୁନ୍ୟୁ ସାମ୍ପଲୁରୁ କୋଟିକୋଟି ସ୍କାମରେ ମାଇନିଙ୍ଗ ଅଫିସର ସହ କିରାଣୀ

Spread the love

ଯୋଡ଼ା:-ରାଜ୍ୟ ଯୋଡ଼ା ଖଣିବିଭାଗର-ଲାବୋରଟରୀରେ ହାଏଗ୍ରେଡ଼ ଲୁହାପଥର ସ୍କାମ-ମାମଲା ଥମିବାକୁ ନାମ ନଥିବାବେଳେ ଡ଼ିଡ଼ିଏମ ଅଫିସ ମଧ୍ୟ ଆଉ ଦୁଇପାଦ ଦୁର୍ନୀତିରେ ସମ୍ପୃକ୍ତ ବୋଲି ଚାଞ୍ଚଲ୍ୟ ସୃଷ୍ଟି କରିଛି।ତେବେ ଏଠାରେ ସ୍ପଷ୍ଟ ପ୍ରମାଣ କରିବା ହୁଏ ଯେ ଉଭୟ ଯୋଡ଼ା ଖଣିବିଭାଗ-ଲାବ ରକ୍ଷକ ବଦଳରେ ଭକ୍ଷକ ସାଜିଥିବାରୁ କୋଟିକୋଟି ଟଙ୍କା ରାଜସ୍ୱହ୍ରାସ ହେଉଥିବା ବେଳେ ହାଏଗ୍ରେଡ଼ ଲୁହାପଥରକୁ ଲୋଗ୍ରେଡ଼ ରିପୋର୍ଟ ଅସାଧୁ କମ୍ପାନୀଙ୍କୁ ଦେବା ଦ୍ୱାରା ସରକାର ଯୋଡ଼ା ଏବଂ କୋଇଡା ମଣ୍ଡଳରୁ ଉଚିତ ରାଜସ୍ୱରୁ ବଞ୍ଚିତ କରିଛି ଖଣି-ନିର୍ଦ୍ଦେଶାଳୟର ଯୋଡ଼ା ଖଣିବିଭାଗ ବୋଲି ପ୍ରମାଣ କରେ।ହେଲେ ଏହି ହାଏଗ୍ରେଡ଼ ଲୁହାପଥର ସ୍କାମକୁ ରୋକିବା ନିମନ୍ତେ ଯୋଡ଼ା ଡ଼ିଡ଼ିଏମ ଅଫିସ ରୋକିବା ବଦଳରେ,ଗୁପ୍ତ ଭାବରେ ଖଣିରୁ ଆଣୁଥିବା ଲୁହାପଥର ଗଦାର ରେଭ୍ୟୁନୁ ସାମ୍ପୁଲକୁ ଚତୁରତାର ସହ ଖୋଲି ଦୀର୍ଘ ସମୟ ଧରି ହେରାଫେରି କରି,କୋଟିକୋଟି ଟଙ୍କା ସ୍କାମରେ ମାଇନିଙ୍ଗ ଅଫିସର ଦୀପକ ଧୃବା ଏବଂ ପାଞ୍ଚବର୍ଷ ଧରି ଡେପୁଟେସନରେ ରହିଥିବା କିରାଣୀ ଆଲୋକ ରାଉତ ବୋଲି ଏକ ବିଶ୍ଵସ୍ଥସୂତ୍ରରୁ ସୂଚନା ମିଳେ।ଏପରିକି ଉକ୍ତ ସ୍କାମରେ ମାଷ୍ଟରମାଇଣ୍ଡ ଜଣିଏ ଡ଼ିଡ଼ିଏମ ସମ୍ପୃକ୍ତ ଆଗକୁ ନିଶ୍ଚୟ ଖୁଲାସା ଥୟ ଥିବାବେଳେ ଉଭୟ ମାଇନିଙ୍ଗ ଅଫିସର-ଧୃବା ଏବଂ କିରାଣୀ ଆଲୋକ ଯୋଡ଼ା ଡ଼ିଡ଼ିଏମ ଅଫିସରେ ଦୀର୍ଘ ପାଞ୍ଚବର୍ଷରୁ ଉର୍ଦ୍ଧ୍ୱଦିନ ଧରି,ମହାଦୁର୍ନୀତି ଚଳାଇଥିବାଙ୍କ ପ୍ରତି ମାନ୍ୟବର ସରକାର କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ସାଧାରଣରେ ତୀବ୍ରଦାଵୀ ହେଉଥିବାର ଜଣାପଡେ।

Leave a Reply

Your email address will not be published. Required fields are marked *

error: Content is protected !!