ରାଇରଙ୍ଗପୁର ବ୍ଲକ ଓ ମ୍ଯୁନିସିପାଲିଟିସ୍ତରୀୟ ବାଲବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନ ମେଳା ଅନୁଷ୍ଠିତ
ରାଇରଙ୍ଗପୁର:: ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରସ୍ଥ ପିସିଏମ ୟୁପି ସ୍କୁଲ ପରିସରରେ ରାଇରଙ୍ଗପୁର ବ୍ଲକ ଓ ମ୍ଯୁନିସିପାଲିଟିସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନ ମେଳା ସଭାପତି ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଘନଶ୍ଯାମ ମୁର୍ମୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି I ଉଦଘାଟନୀ ସମାବେଶରେ ମୁଖ୍ଯଅତିଥି ଭାବେ ବହଳଦା ଗୋଷ୍ଠୀ ଶିକ୍ଷାଅଧିକାରିଣୀ ଶୁଭଶ୍ରୀ ସିଂ, ମୁଖ୍ଯବକ୍ତା ରୂପେ ରାଇରଙ୍ଗପୁର ମ୍ଯୁନିସିପାଲିଟି ଉପାଧ୍ୟକ୍ଷା ମମିତା ଚୌଧୂରୀ, ସମ୍ମାନିତଅତିଥି ରୂପେ ସହଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକ ଚନ୍ଦ୍ର କାରୁଆ, ହେମ ମାଝୀ, ବ୍ଲକ୍ ବିଜ୍ଞାନ କୋଡିନେଟର ରଂଜନ କୁମାର ନନ୍ଦ ତଥା ବିଚାରକମଣ୍ଡଳୀ ଭାବେ ଜାମଦା ବ୍ଲକର କାଣ୍ଡସର ହାଇସ୍କୁଲ ଶିକ୍ଷକ ଜିତେନ୍ଦ୍ର ବରାଳ, ବିଶୋଇ ବ୍ଲକ ର ଅସନା ହାଇସ୍କୁଲ ଶିକ୍ଷୟତ୍ରୀ ସୁପ୍ରଭା ନନ୍ଦ ଓ ବିଜାତଳା ବ୍ଲକର ବଡାମତଳିଆ ହାଇସ୍କୁଲ ଶିକ୍ଷକ ବାବୁରାମ ହେମ୍ବ୍ରମ ପ୍ରମୁଖ ଯୋଗଦେଇଥିଲେ I ମୁଖ୍ଯଅତିଥି ବହଳଦା ବ୍ଲକ ଶିକ୍ଷାଅଧିକାରିଣୀ ଶୁଭଶ୍ରୀ ସିଂ ନିଜ ବକ୍ତବ୍ଯରେ ବିଜ୍ଞାନର ଆବଶ୍ୟକତା ସଂପର୍କରେ ସଂକ୍ଷେପରେ ବକ୍ତବ୍ୟ ପ୍ରଦାନ କରିଥିଲା ବେଳେ ମୁଖ୍ଯବକ୍ତା ମ୍ଯୁନିସିପାଲିଟି ଉପାଧ୍ୟକ୍ଷା ମମିତା ଚୌଧୂରୀ ତାଙ୍କ ଭାଷଣରେ ବିଜ୍ଞାନର ସଦଉପଯୋଗ ଓ ଦୁଃଉପଯୋଗ ସଂପର୍କରେ ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ I ତଦପରେ ଅତିଥିଗଣ ବିଜ୍ଞାନମେଳାର ଆନୁଷ୍ଠାନିକ ପତାକା ଉତ୍ତୋଳନ କରିବା ପରେ ବାଲ ବୈଜ୍ଞାନିକ ପ୍ରଦର୍ଶନୀକୁ ଫିତାକାଟି ଶୁଭଉଦଘାଟନ କରିଥିଲେ I ପରେ ଅତିଥିଗଣ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ମେଳା ବୁଲି ଦେଖିଥିଲେ I ଏଥିରେ ୭ ଟି ବିଷୟବସ୍ତୁ ପୋଷଣୀୟ କୁଷି, ପ୍ଲାଷ୍ଟିକ ପରିବର୍ତ୍ତେ ବର୍ଯ୍ଯବସ୍ତୁ ପରିଚାଳନା, ସବୁଜ ଶକ୍ତି, ଉଦୀୟମାନ ପ୍ରଯୁକ୍ତି ବିଦ୍ଯା, ଆମୋଦଦାୟକ ଗାଣିତିକ ମଡେଲିଂ, ସ୍ବାସ୍ଥ୍ଯ ଓ ସ୍ବାସ୍ଥ୍ୟ ରକ୍ଷା ଓ ଜଳ ସଂରକ୍ଷଣ ଓ ପରିଚାଳନା ଉପରେ ପ୍ରାଥମିକ, ଉଚ୍ଚପ୍ରାଥମିକ ଓ ଉଚ୍ଚବିଦ୍ଯାଳୟ ମିଶାଇ ସମୁଦାୟ ୯୬ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା I ଉଦଯାପନୀ ସମାବେଶରେ ମୁଖ୍ଯଅତିଥି ଭାବେ ରାଇରଙ୍ଗପୁର ବ୍ଲକ ଅଧ୍ଯକ୍ଷ ଜ୍ଞାନରଂଜନ ହେମ୍ବ୍ରମ, ମୁଖ୍ଯବକ୍ତା ଭାବେ ରାଷ୍ଟ୍ରପତିଙ୍କ ପରାମର୍ଶଦାତ୍ରୀ ଡକ୍ଟର ବିଜୟଲକ୍ଷ୍ମୀ ମହାନ୍ତି, ସମ୍ମାନିତ ଅତିଥି ରୂପେ ରାଇରଙ୍ଗପୁର ବ୍ଲକ ବିଜ୍ଞାନ କୋଡିନେଟର ରଂଜନ କୁମାର ନନ୍ଦ, ସହଗୋଷ୍ଠୀ ଶିକ୍ଷା ଅଧିକାରୀ ହେମ ମାଝୀ, କାର୍ତ୍ତିକ ଚନ୍ଦ୍ର କାରୁଆ ତଥା ବିଚାରକମଣ୍ଡଳୀ ଜିତେନ୍ଦ୍ର ବରାଳ, ସୁପ୍ରଭା ନନ୍ଦ ଓ ବାବୁରାମ ହେମ୍ବ୍ରମ ପ୍ରମୁଖ ଯୋଗଦେଇଥିଲେ I ମୁଖ୍ଯଅତିଥି ରାଇରଙ୍ଗପୁର ବ୍ଲକ ଅଧ୍ଯକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ ନିଜ ବକ୍ତବ୍ଯରେ ଦୁଢ ଇଛାଶକ୍ତି ଓ ଆଶାଆକ୍ଷାଂକା ଯୋଗୁଁ ଅଦମ୍ଯ ଚିନ୍ତାଧାରାକୁ ହାସଲ କରିହୁଏ ବୋଲି କହିଥିଲେ I ମୁଖ୍ଯବକ୍ତା ରାଷ୍ଟ୍ରପତିଙ୍କ ପରାମର୍ଶଦାତ୍ରୀ ଡକ୍ଟର ବିଜୟଲକ୍ଷ୍ମୀ ମହାନ୍ତି ତାଙ୍କ ଭାଷଣରେ ବିଜ୍ଞାନର ଉପାଦେୟତା, ବାଲ ବୈଜ୍ଞାନିକମାନଙ୍କୁ ଉତ୍ସାହିତ କରିବା ସହିତ ଗୁରୁମାନଙ୍କର ଭୂମିକା ସର୍ବୋପରି ହେବା ଉଚିତ ବୋଲି କହିଥିଲେ I ଏଥିରେ ଜିଲ୍ଲାସ୍ତରୀୟ ହେବାକୁ ଥିବା ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନ ମେଳାରେ ଅଂଶଗ୍ରହଣ କରିବାକୁ ଛାତ୍ରଛାତ୍ରୀମାନେ ହେଲେ : ୧) ଉତ୍ତମ କୁମ୍ଭକାର, ଅଷ୍ଠମ ଶ୍ରେଣୀ, ମୂଷାବଣୀ ସରକାରୀ ୟୁପି ସ୍କୁଲ, ୨) ଇନସା ଏକରାମ, ସପ୍ତମ ଶ୍ରେଣୀ, ଓଡିଶା ଆଦର୍ଶ ବିଦ୍ଯାଳୟ, ସାନମୌଦା, ୩) ବିଦ୍ଯାସାଗର ନାଏକ, ଦଶମ ଶ୍ରେଣୀ, ଗୁହାଳଡାଙ୍ଗରୀ ହାଇସ୍କୁଲ, ୪) ଅନିଶ ଅକତର, ନବମ ଶ୍ରେଣୀ, ଜିପି ହାଇସ୍କୁଲ, ଭାଲୁବସା, ୫) ଲଲିତ କୁମାର ଟୁଡୁ, ଦଶମ ଶ୍ରେଣୀ, ଆର ଏନ ଜୀଉ ହାଇସ୍କୁଲ, ୬) ଗୌରୀ ଟୁଡୁ, ଅଷ୍ଠମ ଶ୍ରେଣୀ, ଭାଲୁବସା ସରକାରୀ ୟୁପି ସ୍କୁଲ ଓ ୭) ସୁତି ମହାନ୍ତ, ଅଷ୍ଠମ ଶ୍ରେଣୀ, ରାଇରଙ୍ଗପୁର ଗାର୍ଲସ ହାଇସ୍କୁଲ I ଶିକ୍ଷକ ମନୋରଞ୍ଜନ ମଣ୍ଡଳ ଓ ଭକ୍ତବନ୍ଧୁ ବାରିକ ସଭା ପରିଚାଳନା କରିଥିଲା ବେଳେ ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଘନଶ୍ୟାମ ମୁର୍ମୁ ଧନ୍ଯବାଦ ଅର୍ପଣ କରିଥିଲେ I ଏଥିରେ ସମସ୍ତ ସିଆରସିସି ଓ ଶିକ୍ଷକଶିକ୍ଷୟତ୍ରୀଙ୍କ ସହଯୋଗରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା I ଉକ୍ତ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନ ମେଳାରେ ସମସ୍ତ ଛାତ୍ରଛାତ୍ରୀ ଓ ଅବିଭାବକଅବିଭାବିକା ଉପସ୍ଥିତଥିଲେ I ମୟୂରଭଞ୍ଜ ରାଇରଙ୍ଗପୁରରୁ ଉତ୍ତମ ରାମଙ୍କ ରିପୋର୍ଟ
