୧୭ବର୍ଷ ହେଲାଣି ବାମଦେବ ଲଢ଼ୁଛନ୍ତି
କାକଟପୁର : ବାମଦେବ ବେହେରା ପୁରୀ ଜିଲ୍ଲା କାକଟପୁରର ବାସିନ୍ଦା ଅଟନ୍ତି। ଦୀର୍ଘ ୧୭ ବର୍ଷ ଧରି ନିଯୁକ୍ତି ଅନିୟମିତତା ବିରୁଦ୍ଧରେ ସଂଗ୍ରାମକରି ନିଯୁକ୍ତି ପାଇବା ପାଇଁ ସେ ସଂଘର୍ଷ କରୁଛନ୍ତି।ଦିନେ ନୁହେଁ କି ଦୁଇଦିନ ସେ ବର୍ଷ ବର୍ଷ ବର୍ଷ ଧରି ସଂଗ୍ରାମ କରିଚାଲିଛନ୍ତି। ୨୦୦୬ ମସିହାରେ ପୁରୀ ଶିକ୍ଷା ବିଭାଗ ମାନ୍ଯବର ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶ ଓ ବିଜ୍ଞପ୍ତି ରେ ପ୍ରକାଶିତ ସଂରକ୍ଷଣ ନିୟମ କୁ ଉଲଂଘନ କରି ଖାଲିଥିବା ଏସଟି ପଦବୀ ରେ ଜେନେରାଲ୍ ବର୍ଗର ପ୍ରାର୍ଥୀ ଙ୍କୁ ଏକ ଅଜବ ସର୍ତ୍ତ ରଖି ନିଯୁକ୍ତି ଦେଇଥିଲେ। ବାମଦେବ ଉକ୍ତ ପଦବୀ ପାଇଁ ସଂରକ୍ଷଣ ନିୟମ ଅନୁଯାୟୀ ଯୋଗ୍ଯ ହୋଇମଧ୍ୟ ପୁରୀ ଶିକ୍ଷା ବିଭାଗ ତାଙ୍କ ଗ୍ରୀଭାନ୍ସ କୁ ପ୍ରତ୍ଯାଖ୍ଯାନ କରିଥିଲେ।ମାନ୍ଯବର ହାଇକୋର୍ଟ ତାଙ୍କୁ ନିଯୁକ୍ତି ଦେବାପାଇଁ ଏକ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ।ବ୍ଲକ ଓ୍ବାଇଜ୍ ନିଯୁକ୍ତି ହୋଇଥିବା କାରଣରୁ ଓ ଅଭିଯୋଗକାରୀ କାକଟପୁର ବ୍ଲକର ଆଶାୟୀ ହୋଇଥିବାରୁ ନିଜେ ବାରମ୍ବାର ହତୋତ୍ସାହିତ ହୋଇଥିଲେ ମଧ୍ଯ ମହାମହିମ ରାଷ୍ଟ୍ରପତି, ମହାମହିମ ରାଜ୍ଯପାଳ, ମାନ୍ଯବର ମୁଖ୍ଯମନ୍ତ୍ରୀ ଓ ମାନ୍ଯବର ମୁଖ୍ଯ ଶାସନ ସଚିବ ଙ୍କୁ ଗୁହାରୀ ଜଣାଇଥିଲେ। ତାଙ୍କପାଇଁ ମାନ୍ଯବର ହାଇକୋର୍ଟ ଦେଇଥିବା ଆଦେଶ ନଂ ଡବ୍ଲ୍ୟୁ ପିସି ୭୭୪୬ ଅଫ ୨୦୧୨ କୁ ସୁଇଟେବୁଲ ଇମ୍ପ୍ଲିମେଣ୍ଟେସନ କରିବା ପାଇଁ ସବୁସ୍ତରରୁ ନିର୍ଦ୍ଦେଶ ଆସିଥିଲା। ମାନ୍ଯବର ମୁଖ୍ଯମନ୍ତ୍ରୀ ମଧ୍ଯ ଜନଶୁଣାଣି ମାଧ୍ୟମରେ ଏହି ବିରଳ ଅଭିଯୋଗକାରୀ ଙ୍କ ଅଭିଯୋଗ କୁ ଅତି ନିକଟରୁ ତର୍ଜମା କରିଥିଲେ। ମାନ୍ଯବର ମୁଖ୍ଯମନ୍ତ୍ରୀ, ମାନ୍ଯବର ମୁଖ୍ଯ ଶାସନ ସଚିବ ଓ ମାନ୍ଯବର ଜିଲ୍ଲାପାଳ ପୁରୀ ଜନଶୁଣାଣି ମାଧ୍ୟମରେ ରିପୋର୍ଟ ମଧ୍ଯ ଡିସ୍ପୋଜ୍ ଅପ୍ କରିସାରିଛନ୍ତି ବାମଦେବ ବେହେରା ଙ୍କ ଅର୍ଡର କୁ ସୁଇଟେବୁଲ ଇମ୍ପ୍ଲିମେଣ୍ଟେସନ କରିବା ପାଇଁ।ମାନ୍ଯବର ଏସପି ପୁରୀ ମଧ୍ଯ ପ୍ରଦାନ କରାଯାଇଥିବା ରିପୋର୍ଟ କୁ ତର୍ଜମା କରି ସ୍ପଷ୍ଟ ଭାବରେ ଲେଖିଛନ୍ତି ଯେ ରିପୋର୍ଟ ଟି ସତ୍ଯ ଅଟେ। ଏତେସବୁ ପରେ ମଧ୍ଯ ନ୍ଯାୟ ପାଉ ନାହାଁନ୍ତି ଅଭିଯୋଗକାରୀ। ଗ୍ରୀଭାନ୍ସ ହେଉଛି ସମାଧାନ ଅଥଚ ନ୍ଯାୟ ମିଳୁନାହିଁ।ଯୁଗ୍ମ ଜନଶୁଣାଣି ମାଧ୍ୟମରେ ଜିଲ୍ଲାସ୍ତରରେ ମଧ୍ଯ ଅଭିଯୋଗକାରୀ ଅଭିଯୋଗ ଦେଇଥିଲେ। କିନ୍ତୁ ଡିଇଓ ଯାହା କରିବେ ବୋଲି କୁହାଯାଇଥିଲା ତାଙ୍କୁ। ଗଣଶିକ୍ଷା ବିଭାଗ ଓ ପୁରୀ ଶିକ୍ଷା ବିଭାଗ ର ଏକାଧିକ ଚିଠି ରେ ଲେଖାଅଛି ବାସ୍ତବ ରେ ନିଯୁକ୍ତି କାହାକୁ ମିଳିବା କଥା କିନ୍ତୁ ନିଯୁକ୍ତି ପାଇଛି କିଏ। ଗଣଶିକ୍ଷା ବିଭାଗ ବାମଦେବ ବେହେରା ଙ୍କୁ ନିଯୁକ୍ତି ପ୍ରଦାନ କରିବା ବଦଳରେ କହୁଛନ୍ତି RTI ରେ ମାଗ। କାକଟପୁରର ଜଣେ ଗରିବ ଯୁବକ ନ୍ଯାୟ ପାଇଁ ୧୭ ବର୍ଷ ସଂଘର୍ଷ କରିଛନ୍ତି ବୋଲି ସ୍ବାଗତଯୋଗ୍ୟ ଓ ଭଲ ପଦକ୍ଷେପ ବୋଲି ଗ୍ରୀଭାନ୍ସ ମାଧ୍ୟମରେ କହିଛନ୍ତି ସାଧାରଣ ପ୍ରଶାସନ ବିଭାଗ ଓଡ଼ିଶା ସରକାର। କେବଳ କହିଦେଲେ ହେବନାହିଁ ଅଭିଯୋଗକାରୀ ଙ୍କୁ ନିଯୁକ୍ତି ପ୍ରଦାନ କରିବା ପାଇଁ ପଦକ୍ଷେପ ନେବା ଆବଶ୍ଯକ। ଏହି ବିରଳ ଅଭିଯୋଗର ସମାଧାନକରି ଅଭିଯୋଗକାରୀ ବାମଦେବ ବେହେରା ଙ୍କୁ ନିଯୁକ୍ତି ପ୍ରଦାନ କରିବା ପାଇଁ ମାନ୍ଯବର ମୁଖ୍ଯମନ୍ତ୍ରୀଙ୍କୁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।
