ରାଜ୍ୟ

ସାହିତ୍ୟ ଏକାଡେମୀ ପକ୍ଷରୁ ପଠାଣିସାମନ୍ତଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ପାଳିତ

Spread the love

ଖଣ୍ଡପଡ଼ା ୧୨|୧୨ ଖଣ୍ଡପଡ଼ା ସହରର ପଠାଣି ସାମନ୍ତ ସ୍ମୃତିମନ୍ଦିର ଓ ପାଠାଗାର ପରିସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ବିଶ୍ଵବରେଣ୍ୟ ଜ୍ୟୋତିର୍ବିଜ୍ଞାନୀ ମହାମହୋପାଧ୍ୟାୟ ପଠାଣି ସାମନ୍ତଙ୍କ ୧୯୧ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ଉତ୍ସବ ତିଥି ଅନୁଯାୟୀ ଶୁକ୍ରବାର ପାଳିତ ହୋଇଯାଇଛି।ଏ ଅବସରରେ ସ୍ମୃତି ମନ୍ଦିର ପରିସରରେ ଆୟୋଜିତ ସାଧାରଣ ସଭାରେ ପଠାଣିସାମନ୍ତ ସ୍ମୃତି ମନ୍ଦିର ପରିଷଦର ସଭାପତି ଆର୍ତ୍ତତ୍ରାଣ ମିଶ୍ର ପୌରହିତ୍ୟ କରିଥିଲେ।ମୁଖ୍ୟ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଯୋଗଦେଇ ସାମନ୍ତଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ଯକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ପ୍ରାରମ୍ଭରେ ଶିକ୍ଷାନୁଷ୍ଠାନର ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ଡ଼. ନାରାୟଣ ପଣ୍ଡା ଓ ସମ୍ମାନିତ ଅତିଥି ଭାବେ ସାହିତ୍ୟିକ ସଞ୍ଜୟ କୁମାର ଛୁଆଳସିଂ,ସୁରେନ୍ଦ୍ର ଶ୍ରୀଚନ୍ଦନ, ଖଣ୍ଡପଡ଼ାର ପ୍ରଥମ ନଗରପାଳ କିଶୋର ଚନ୍ଦ୍ର ଦାଶ ପ୍ରମୁଖ ଯୋଗଦେଇ ସାମନ୍ତଙ୍କ ସୁଦୁର ପ୍ରସାରୀ ପ୍ରତିଭା ସଂର୍ପକରେ ଆଲୋକପାତ କରିଥିଲେ।ଅନୁଷ୍ଠାନର ସଂପାଦକ ବିନାୟକ ସାହୁ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ।ଖଣ୍ଡପଡା ସହର ଓ ଆଖପାଖ ଅଞ୍ଚଳରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି କାର୍ଯ୍ଯକ୍ରମରେ ଯୋଗ ଦେଇଥିଲେ।ଏ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତାର କୃତୀ ଛାତ୍ରୀଛାତ୍ରଙ୍କୁ ଅତିଥିମାନେ ପୁରସ୍କାର ବିତରଣ କରିଥିଲେ।ସେହିପରି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମାନ୍ଯଗଣ୍ଯ ବ୍ୟକ୍ତିବିଶେଷଙ୍କୁ ଏ ଅବସରରେ ପୁଷ୍ପଗୁଚ୍ଛ,ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।(ଫଟୋ ପଠାଇଛି)
++++++++++++++++ ଷ୍ଟେଟ ବ୍ୟାଙ୍କ କର୍ମଚାରୀ ମହେଶକୁ ପୁନଃ ନିଯୁକ୍ତି ଦେବାକୁ ଶ୍ରମ କମିଶନରଙ୍କ ନିର୍ଦ୍ଦେଶ

ଖଣ୍ଡପଡ଼ା ୧୨|୧୨ ଖଣ୍ଡପଡ଼ା ସହରର ରଥଗଡାଛକସ୍ଥିତ ଷ୍ଟେଟ ବ୍ୟାଙ୍କ ଶାଖାରେ ଦିଘ ୧୭ ବର୍ଷ ଧରି କାର୍ଯ୍ୟରତ ୪ର୍ଥ ଶ୍ରେଣୀ କର୍ମଚାରୀ ମହେଶ ପ୍ରସାଦ ସାହୁଙ୍କୁ ବ୍ୟାଙ୍କ ଶାଖା ପରିଚାଳକ କୌଣସି କାରଣ ନଥାଇ ଗତ ସେପ୍ଟେମ୍ବର ୧ ତାରିଖରେ କାର୍ଯ୍ଯରୁ ବିଦା କରି ଦେଇଥିଲେ।ଏ ସଂର୍ପକରେ ମହେଶ କେନ୍ଦ୍ରୀୟ ଶ୍ରମ ବିଭାଗ ଅଧିକାରୀଙ୍କୁ ଭେଟି ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ କେନ୍ଦ୍ର ଶ୍ରମ ବିଭାଗ ଅଧିକାରୀ ଘଟଣାର ତଦନ୍ତ କରିବା ସହ ଷ୍ଟେଟ ବ୍ୟାଙ୍କ ଖଣ୍ଡପଡ଼ା ଶାଖା ପରିଚାଳକଙ୍କୁ ଏ ସଂର୍ପକରେ ପଚାରି ବୁଝିଥିଲେ।କର୍ମଚାରୀ ମହେଶକୁ ବ୍ୟାଙ୍କ ଶାଖାରୁ ବିଦା କରିବା ପଛରେ ଶାଖା ପରିଚାଳକଙ୍କ ଭୂମିକାକୁ ନେଇ କେନ୍ଦ୍ରୀୟ ଶ୍ରମ କମିଶନର ବିରକ୍ତି ପ୍ରକାଶ କରିବା ସହ ତୁରନ୍ତ ମହେଶକୁ ପୁର୍ନବାର ଷ୍ଟେଟ ବ୍ୟାଙ୍କ ଶାଖାରେ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ପ୍ରଦାନ କରିଥିବା ଜଣାଯାଇଛି।ମାତ୍ର ଷ୍ଟେଟ ବ୍ୟାଙ୍କ କର୍ତ୍ତୃପକ୍ଷ କର୍ମଚାରୀ ମହେଶକୁ ନିଯୁକ୍ତି ନଦେଇ ଅଣଦେଖା କରି ଚାଲିଥିବା ଅଭିଯୋଗ ହେଉଛି।ଏଥପ୍ରତି ଷ୍ଟେଟ ବ୍ୟାଙ୍କ ଉଚ୍ଚ କର୍ତ୍ତୃପକ୍ଷ ଓ ପ୍ରଶାସନ ଦୃଷ୍ଟି ଦେବାକୁ ନ୍ୟାୟ ପାଇବାରୁ ବଞ୍ଚିତ ମହେଶଙ୍କ ପରିବାରବର୍ଗ ନିବେଦନ କରିଛନ୍ତି।ନ୍ୟାୟା ନମିଳିଲେ ବାଧ୍ଯ ହୋଇ ସେ ଷ୍ଟେଟ ବ୍ୟାଙ୍କ ଖଣ୍ଡପଡ଼ା ଶାଖା ସମ୍ମୁଖରେ ସପରିବାର ସହ ଆଗାମୀ ଦିନରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।ପ୍ରକାଶଥାଉକି ମହେଶ ଷ୍ଟେଟ ବ୍ୟାଙ୍କ ଖଣ୍ଡପଡ଼ା ଶାଖା ପରିସରରେ ଦୈନିକ ସଫା କରିବା, କର୍ମଚାରୀମାନଙ୍କ ନିମନ୍ତେ ରୋଷେଇ ବାସ କରିବା ସହ ଶାଖା ପରିଚାଳକଙ୍କ ବ୍ୟକ୍ତିଗତ କାର୍ଯ୍ୟ ଦିର୍ଘ ବର୍ଷ ଧରି କରି ଆସୁଥିଲେ ହେଁ ବ୍ୟାଙ୍କ ଶାଖାରେ ଯୋଗ ଦେଇଥିବା ନୂତନ ଶାଖା ପରିଚାଳକ ମହେଶଙ୍କୁ ଶୌଚାଳୟ ସଫା କରିବା ପାଇଁ ବାଧ୍ଯ କରିବା ଓ ସେହି କାର୍ଯ୍ଯ କରିବା ପାଇଁ ସେ ଅନିଚ୍ଛା ପ୍ରକାଶ କରି ବ୍ୟାଙ୍କ ଶାଖା ପରିଚାଳକଙ୍କ ରୋଷର ଶିକାର ହୋଇଥିବା ଜଣାଯାଇଛି।କେନ୍ଦ୍ରୀୟ ଶ୍ରମ ବିଭାଗ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।(ଫଟୋ ପଠାଇଛି)

Leave a Reply

Your email address will not be published. Required fields are marked *

error: Content is protected !!