ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ
ଅସ୍ତରଙ୍ଗ : ପୁରୀଜିଲ୍ଲା ଅସ୍ତରଙ୍ଗ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଦିବସ ଅନୁଷ୍ଠିତ ହୋଇଥିଲା । ନିମାପଡା କୁ ଅସ୍ତରଙ୍ଗ ର ଜନସାଧାରଣ ଯାଉଥିଲେ ଏବେ ତାହା ଅସ୍ତରଙ୍ଗ ରେ ସୁବିଧା ପାଇପାରୁଛନ୍ତି। ବିଚାରପତି ସୁଧାବାଇ ଅଗ୍ରୱାଲ ଙ୍କ ଅଦାଲତ ରେ ବିଭିନ୍ନ ବିଭାଗ ର ମୋଟ ୪୨ ଟି କେସ୍ ରେ ସମନ ଜାରି ହୋଇଥିଲା । ସେଥି ମଧ୍ୟରୁ ୨୪ ଟି କେସ୍ ବିଚାର ହୋଇ ଫଇସଲା ହୋଇଥିବା ବେଳେ ଚେକ୍ ବାଉନ୍ସ ବାବଦରେ ୬ ଲକ୍ଷ୍ୟ ୨0 ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା। ଏହି ଅଦାଲତ କାର୍ଯ୍ୟକ୍ରମ ରେ ସମସ୍ତ ଅଧିକାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।
