ମୁଖ୍ୟ ଖବର

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ

Spread the love

ଦାରିଙ୍ଗବାଡି, : ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି ତୁଷାରପାତ ସହ ଶୀତର ଲହରୀ ଅଭ୍ୟାହତ ରହିଛି । ଅସହ୍ୟ ଜାଡ଼ ସାଙ୍ଗକୁ ଦକ୍ଷିଣ ପବନ ଲୋକଙ୍କୁ କଲବଲ କରିପକାଉଛି । ସବୁଠୁ ଖରା ଓ ନିଆଁ ଉପରେ ନିର୍ଭର ଘରୁ ସକାଳୁ ପଦାକୁ ବାହାରିବା ମୁସ୍କିଲ ହୋଇପଡିଛି। ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତର ପ୍ରକୋପ ଦ୍ବିଗୁଣିତ ରହିଛି। ଜଙ୍ଗଲ ଭିତରେ ରହିଥିବା ଗାଁ ଗୁଡିକରେ ଲୋକ ଅସହ୍ୟ ଯନ୍ତ୍ରଣାରେ କଲବଲ ହୋଇପଡୁଛନ୍ତି ।ସେହିପରି ଶନିବାର ଓ ରବିବାର ୨ ଦିନ ସରକାରୀ ଛୁଟି ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକମାନେ ଛୁଟି କାଟିବାକୁ ଭିଡ଼ ଜମାଇଛନ୍ତି ବିଭିନ୍ନ ପର୍ଯ୍ୟଟନକ୍ଷେତ୍ରତଥା ଡ଼ୁଲୁରୀ ପାଇନ ବଣ, କଫିବଗିଚା, ମିଡିୟୁାନ୍ଦା ଜଳପ୍ରପାତ କିସୁବାଡ଼ି ଜଳପ୍ରପାତ, ଲଭର୍ସ ପଏଣ୍ଟ, ହିଲଭିୟୁ ପାର୍କ ଆଦିରେ ହଜାର ସଂଖ୍ୟାରେ ପର୍ଯ୍ୟଟକ ବୁଲୁଥିବା ଓ ସକାଳୁ ସକାଳୁ ଭିଡ଼ ଜମାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

error: Content is protected !!