ଲକ୍ଷ୍ମୀ ବସ ଧକ୍କା ରେ ଯୁବକ ମୃତ
ନିମାପଡ଼ା :ଚାରିଛକ – ଗୋପ ମୁଖ୍ୟରାସ୍ତା ର ଅଳକୁଣ୍ଡ ଛକ ନିକଟରେ ଲକ୍ଷ୍ମୀ ବସ ସହିତ ଜଣେ ବାଇକ ଆରୋହୀ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଘଟଣା ରୁ ପ୍ରକାଶ ଯେ , ରବିବାର ପ୍ରାୟ ୧୦ ଘଟିକା ସମୟରେ ଚାରିଛକ ରୁ ଗୋପ ଯାଉଥିବା ସରକାରୀ ଲକ୍ଷ୍ମୀ ବସ ଓ ବିପରୀତ ପଟୁ ଆସୁଥିବା ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ କରମଙ୍ଗ ଗ୍ରାମର ଦିଲ୍ଲୀପ କୁମାର ରାଉତ( ୪୫) ତାଙ୍କ ପୁଅକୁ ହଷ୍ଟେଲରେ ଛାଡି ଘରକୁ ଫେରୁଥିବା ସମୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ବାଇକ ଆରୋହୀ ରାସ୍ତା କଡରେ ଛିଟିକି ପଡ଼ିଥିଲେ। ପ୍ରବଳ ରକ୍ତସ୍ରାବ ହେବା ଫଳରେ ସଜ୍ଞା ହୀନ ହୋଇ ପଡ଼ିଥିଲେ। ଖବର ପାଇ ଚାରିଛକ ଥାନା ପୋଲିସ ପହଂଚି ଆହତ ବାଇକ ଆରୋହୀ ଙ୍କୁ ଚାରିଛକ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଚାରିଛକ ଥାନା ପୋଲିସ ଏକ ମାମଲା ନମ୍ବର ୧୫୬/୨୫ ରୁଜ୍ଜୁ କରି ଘଟଣା ର ତଦନ୍ତ ଚଳାଇଛି।
