ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା, ୧୫ରୁ ଊର୍ଦ୍ଧ୍ବ ଆହତ
ଯାଜପୁର : ଧର୍ମଶାଳାରେ ପୁଣିଥରେ ହିଂସା ଦେଖିବାକୁ ମିଳିଛି । ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା କରାଯାଇଥିବା ସୂଚନା ରହିଛି । ଧର୍ମଶାଳା ଜିଲା ଜେନାପୁର ଥାନା ଗଡମଧୁପୁର ପଞ୍ଚାୟତର ଏକ ଫାର୍ମହାଉସ ନିକଟରେ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଏହି ଘଟଣାରେ ଏକାଧିକ ଆହତ ହୋଇଥିବା ଜଣାପଡିଛି ।ସୂଚନା ଅନୁସାରେ, ଆକ୍ରମଣରେ ଏକାଧିକ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ହେଉଥିବା ବେଳେ 3 ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଏନେଇ ଚିକିତ୍ସିତ ହେଉଥିବା ସୁନିଲ ପଣ୍ଡାଙ୍କ ଭାଇ ସୁମନ୍ତ ପଣ୍ଡା ଜେନାପୁର ଥାନାରେ ଅଭିଯୋଗ କରିଛନ୍ତି ।ଅଭିଯୋଗ ଅନୁସାରେ, ସୁନିଲ ପଣ୍ଡା ତାଙ୍କ ଗାଡି ନେଇ କୌଣସି କାମ ସାରି ଚଢେଇଧରାରୁ ଘର ଅଭିମୁଖେ ଫେରୁଥିବା ବେଳେ ଏହି ସମୟରେ ପନ୍ତୁରି ନିକଟରେ କିଛି ଯୁବକ ସେମାନଙ୍କୁ ଅଟକାଇ ମାଡ଼ ମାରିବା ସହିତ ଭଙ୍ଗାରୁଜା କରୁଥିଲେ । ଅପରପକ୍ଷେ ଅନ୍ୟ ଗୋଷ୍ଠୀର ଲୋକେ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରୁଥିବା ଦେଖିବାକୁ ମିଳିଛି । ସେମାନେ ଫାର୍ମ ହାଉସରେ ଭୋଜି କରୁଥିବା ସମୟରେ ତାଙ୍କ ଉପରେ ରାଜନୈତିକ ଅକ୍ରୋସରୁ ଆକ୍ରମଣ ହୋଇଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
