ରାଜ୍ୟ

ସାନ୍ଦିପନୀ ଶିଶୁବିକାଶ କେନ୍ଦ୍ରର ୨ୟ ବାର୍ଷିକ ବିଜ୍ଞାନ ମେଳା

Spread the love

କାକଟପୁର : କାକଟପୁର ବ୍ଳକ ଅଧିନସ୍ଥ କଣ୍ଟାପଡା ଗ୍ରାମପଞ୍ଚାୟତ ଗମ୍ଭାରୀପଦା ଗ୍ରାମରେ ଥିବା ଅଗ୍ରଣୀ ଶିକ୍ଷାନୁଷ୍ଠାନ ସାନ୍ଦିପନି ଶିଶୁ ବିକାଶ କେନ୍ଦ୍ରର ୨ୟ ବାର୍ଷିକ ବିଜ୍ଞାନ ମେଳା ରବିବାର ଦିନ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l କାକଟପୁର ପ୍ରାଣୀଚିକିତ୍ସା କେନ୍ଦ୍ରର ପ୍ରାଣୀ ଚିକିତ୍ସକ ରଶ୍ମିତା ସାହୁ , ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ( ବିଶ୍ୱାଳ ) ବିଜ୍ଞାନ ମେଳାକୁ ଉଦଘାଟନ କରିଥିବା ବେଳେ କାକଟପୁର ସରକାରୀ ବାଳିକା ନୋଡାଲ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟତ୍ରୀ ( ୱାସିମ ଅକ୍ତର , ତେଲିକୁଦ ୟୁପି ସ୍କୁଲର ବିଜ୍ଞାନ ଶିକ୍ଷକ ସମିସ ଅକ୍ତର , କଣ୍ଟାପଡା ପଞ୍ଚାୟତ ହାଇସ୍କୁଲର ବିଜ୍ଞାନ ଶିକ୍ଷୟତ୍ରୀ ପୁଷ୍ପ ବାଳା ତ୍ରୀପାଠୀ , ଶିକ୍ଷକ ବାବାଜୀ ଚରଣ ସ୍ୱାଇଁ ସମାଜସେବୀ ବାବାଜୀ ମହାନ୍ତି ବିଚାରକ ଭାବେ ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମରେ ସାନ୍ଦିପନି ଶିଶୁ ବିକାଶ କେନ୍ଦ୍ରର ପ୍ରତିଷ୍ଠାତା (ବାନାମ୍ବର)ସାହୁ , ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବେଣୁଧର ସାହୁ , ପ୍ରଧାନ ଶିକ୍ଷକ ବୈକୁଣ୍ଠ ବିହାରୀ ନାୟକ , ମନୋରଞ୍ଜନ ଆଚାର୍ଯ୍ୟଙ୍କ ସମେତ ଶିକ୍ଷାନୁଷ୍ଠାନର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l ଏହି ବିଜ୍ଞାନ ମେଳାରେ ମୋଟ ୨୪୪ ଟି ପ୍ରକଳ୍ପ ସ୍ଥାନ ପାଇଥିଲା

Leave a Reply

Your email address will not be published. Required fields are marked *

error: Content is protected !!