ରାଜ୍ୟ

ଲୁହାପଥର ରେଭୁନ୍ୟୁ ଭୟ ଦେଖାଇ,କମ୍ପାନୀଙ୍କ ଠାରୁ କୋଟିକୋଟି ସ୍କାମ

Spread the love

ଯୋଡ଼ା:-ରାଜ୍ୟ ଯୋଡ଼ା ଖଣିମଣ୍ଡଳକୁ ହୁଲସ୍ତୁଲ କରି ରଖିଛି ହାଏଗ୍ରେଡ଼ ଲୁହାପଥରକୁ ଲୋଗ୍ରେଡ଼ ମହାଦୁର୍ନୀତି।ଫଳରେ ରାଜ୍ୟ ବାର୍ଷିକ ହଜାର’ହଜାର କୋଟି ଟଙ୍କା ଖଣି-ରାଜସ୍ୱ ହରାଇ ଚାଲିଥିବା ବେଳେ 2024/25ବର୍ଷରେ ଛଅହଜାର କୋଟି’ଟଙ୍କା କ୍ଷତି ସହିଥିବାର ଜଣାପଡେ।ତେବେ ରାଜ୍ୟର ପ୍ରମୁଖ ଦୁଇ ଖଣିମଣ୍ଡଳର ସମସ୍ତ ଲୁହାପଥରର ଗ୍ରେଡ଼ ରିପୋର୍ଟ ଦେବା କାର୍ଯ୍ୟ କେବଳ ଯୋଡ଼ା ଡ଼ିଡ଼ିଏମ ଅଫିସ’ସ୍ଥିତ ପ୍ରୟୋଗଶାଳାର ରହିଥିବା ବେଳେ ଗ୍ରେଡ଼ସ୍କାମ କରିବାର ମୁଖ୍ୟ ଖଳନାୟକ ଖୋଦ ବିଭାଗର ଡ଼ିଡ଼ିସିଏ-ସୋରେନ ଏବଂ ଆସିଷ୍ଟାଣ୍ଟ କେମିଷ୍ଟ ସସ୍ମିତା ସାଜିଥିବାରୁ ରାଜ୍ୟ ଯୋଡ଼ା-କୋଇଡା ପ୍ରତ୍ୟେକ ଲୁହାପଥର ବ୍ୟବସାୟରୁ କୋଟିକୋଟି ଟଙ୍କା ରାଜସ୍ୱ ହରାଉଛି ବୋଲି ଧରା ପଡିଛି।ଏପରିକି ଡ଼ିଡ଼ିସିଏ ଏବଂ ସସ୍ମିତା ସହାୟତା ନେଇ,ଡ଼ିଡ଼ିଏମ ଅଫିସ ଏକାଧିକବାର ସଂଗୃହିତ କରିଥିବା ଲୁହାପଥର ଗଦାରୁ(ଷ୍ଟାକ)ଲୁହାପଥର ଗୁଣ୍ଡରେ(ରେଭୁନ୍ୟୁ)କୋଟିକୋଟି ଟଙ୍କା ଦୁର୍ନୀତି କରି,ଅସାଧୁ କମ୍ପାନୀ ଠାରୁ ବେସ ଆଦାୟ କରିଛି।ତେବେ ଡିପାର୍ଟମେଣ୍ଟ ବିଶ୍ଵସ୍ଥଙ୍କ କହିବା କଥା ଯୋଡ଼ା ଡ଼ିଡ଼ିଏମ ଅଫିସରେ ଦୀର୍ଘଦିନ ଧରି,ଡେପୁଟେସନରେ ରହିଥିବା କିରାଣୀ ଆଲୋକ ରାଉତ ଏବଂ ମାଇନିଙ୍ଗ ଅଫିସର ଦୀପକ ଧୃବା ଏଥିରେ ମୂଳ ଖଳନାୟକ ପୂର୍ବ ଖଣି ଉପ-ନିର୍ଦ୍ଦେଶକ ଅଣଓଡ଼ିଆ ବୋଲି ପ୍ରମାଣ କରେ।ତେବେ ଏହି ଯୋଡ଼ା ଖଣିବିଭାଗରେ ନିଯୋଗ ପାଇଥିବା ମାଇନିଙ୍ଗ ଅଫିସର ଦୀପକ ଧୃବା ଠାରୁ ଆରମ୍ଭ କରି,କିରାଣୀ ଆଲୋକ ରାଉତ ଏବଂ ଡ଼ିଡ଼ିସିଏ-ସୋରେନ ଓ ସସ୍ମିତା ନିମନ୍ତେ ଡିପାର୍ଟମେଣ୍ଟର ହାତକୁ ଦିଆ ଯାଇଥିବା କ୍ଷମତା ଅନୁଯାୟୀ ଗୁପ୍ତ ଲୁହାପଥର ଗୁଣ୍ଡ(ରେଭୁନ୍ୟୁ)ଯାଞ୍ଚ ମଧ୍ୟ ଏହି ଦୁର୍ନୀତିଖୋରଙ୍କ ଆଗରେ ହାର ମାନିଛି ବୋଲି ସାରାରାଜ୍ୟ ଏବେ ଜାଣିବାକୁ ପାଇଲା।ଯାହା ଏବେ ଅପେକ୍ଷାରେ ଉକ୍ତ ‘ରେଭୁନ୍ୟୁ’ କ୍ଷମତା ବଳରେ,ଦୁର୍ନୀତିଖୋର ଯୋଡ଼ା ବିଭାଗୀୟ ଦୁଇ ଖଣିମଣ୍ଡଳ ଯୋଡ଼ା ଏବଂ କୋଇଡାର ଲୁହାପଥର ରେଭୁନ୍ୟୁ ପରୀକ୍ଷାରେ କୋଟିକୋଟି ଟଙ୍କା ସ୍କାମ କରିଥିବାଙ୍କ ଉପରେ କେବେ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ହେବାର ଦେଖିବାକୁ ଅପେକ୍ଷାରେ ସମଗ୍ର ଖଣିବାସୀ ବୋଲି ଜଣାପଡ଼େ।

Leave a Reply

Your email address will not be published. Required fields are marked *

error: Content is protected !!