ଓଡିଶା ଆଦର୍ଶ ବିଦ୍ୟାଳୟ ବାର୍ଷିକ କ୍ରୀଡା ଉତ୍ସବ
ଖଣ୍ଡପଡା : ଖଣ୍ଡପଡ଼ା ସହରସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ୨ ଦିନ ଧରି ମଧୁବନ ମିନି ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠାନର ଅଧ୍ୟକ୍ଷ ଶୁଭଲକ୍ଷ୍ମୀ ସାହୁଙ୍କ ତତ୍ତ୍ବାବଧାନରେ ଆୟୋଜିତ ସୋମବାର ଓ ମଙ୍ଗଳବାର ୨ ଦିନ ବ୍ୟାପୀ ଅନୁଷ୍ଠିତ ଶହେ , ୨ଶହ ମିଟର ଦୌଡ, ଲମ୍ବା ଓ ଉଚ୍ଚ ଦୌଡ଼, ଡିସ୍କସ ଥ୍ରୋ, ସ୍ଲୋ ସାଇକେଲ, ମାଥ ରେସ, ସ୍ପୁନ ଲେମନ ବାଲାନ୍ସ, ମିଉଜିକ ଚେୟାର, ଦଳ ଗତ ରିଲେ ଦୌଡ଼, ଟଗ ଅଫ ୱାର ପ୍ରଭୃତି ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଛାତ୍ରୀ ଛାତ୍ରମାନେ ଅଂଶଗ୍ରହଣ କରିଥିଲେ। ସୋମବାର ପ୍ରଥମ ଦିନର ମୁଖ୍ଯ ଅତିଥି ଭାବେ ଖଣ୍ଡପଡା ଏସଡିପିଓ ମଦନ ମୋହନ ପ୍ରଧାନ ଯୋଗଦେଇ କ୍ରୀଡା ପତାକା ଉତ୍ତୋଳନ କରି କାର୍ଯ୍ଯକ୍ରମର ଶୁଭାରମ୍ଭ କରିବା ଅବସରରେ ଛାତ୍ରୀ ଛାତ୍ରମାନଙ୍କୁ ଉତ୍ସାହିତ କରିଥିଲେ । କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିଥିବା ଛାତ୍ରୀ ଛାତ୍ରମାନଙ୍କୁ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଆୟୋଜିତ ଉତ୍ସବରେ ପୁରସ୍କାର ବିତରଣ କରାଯାଇଥିଲା । ଆଜିର ମୁଖ୍ଯ ଅତିଥି ଭାବେ ବିଆରସିସି ନାରାୟଣ ଦାଶ ଯୋଗଦେଇ ଛାତ୍ରୀ ଛାତ୍ରମାନଙ୍କୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୁରସ୍କାର ବିତରଣ କରିଥିଲେ।ବରିଷ୍ଠ ଶିକ୍ଷକ ବିଦ୍ୟାଧର ମହାରଣା, ମନୋଜ କୁମାର ବିଶ୍ବାଳଙ୍କ ସମେତ ଅନୁଷ୍ଠାନର ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକମାନେ କ୍ରୀଡା ପ୍ରତିଯୋଗିତା ଓ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।ପ୍ରକାଶଥାଉକି ଆଦର୍ଶ ବିଦ୍ୟାଳୟ ପରିସରରେ କ୍ରୀଡାଙ୍ଗନଟି ଏ ନଥିବାରୁ ଛାତ୍ରୀ ଛାତ୍ରମାନେ ଖେଳକୁଦ ନିମନ୍ତେ ବର୍ଷତମାମ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି।ଏଥିପ୍ରତି ପ୍ରଶାସନ,ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ଖଣ୍ଡପଡ଼ା ବିଧାୟକ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।(ଫଟୋ ପଠାଇଛି)
