ରାଜ୍ୟ

ଡେପୁଟେସନରେ ଡ଼ିଡ଼ିସିଏ ବରାଳ’ର ଚାକିରୀ ଜୀବନ-ଦୁଃଖ

Spread the love

କେନ୍ଦୁଝର:-ରାଜ୍ୟର ଦୁର୍ଭାଗ୍ୟ ଜଣିଏ ପ୍ରଥମ ଶ୍ରେଣୀୟ ଖଣି-ଅଫିସର ଯେ’କି ଦୀର୍ଘ ପଚିଶମାସରୁ ଉର୍ଦ୍ଧ୍ୱଧରି,ଡେପୁଟେସନରେ ଚାକିରୀ ଜୀବନ କାଟିବାକୁ ବାଧ୍ୟ୍ୟ ବୋଲି ଚଞ୍ଚଲ୍ୟ ସୃଷ୍ଟି କରିଛି।ତେବେ ଏଠାରେ ପ୍ରକାଶଯୋଗ୍ୟ ରାଜ୍ୟ ଖଣି-ନିର୍ଦ୍ଦେଶକ ରୋହିତ ଲେଙ୍କାଙ୍କ ଅଯୋଗ୍ୟତା ତଥା ନିର୍ଲଜପଣ ପାଇଁ ପ୍ରଥମ ଶ୍ରେଣୀ ଅଫିସର ତଥା ଉପ-ନିର୍ଦ୍ଦେଶକ ରାସାୟନିକ ବିସ୍ଲେସଣ ଜଗନ୍ନାଥ ବରାଳଙ୍କୁ(ଡ଼ିଡ଼ିସିଏ)ନିଜ କର୍ମସ୍ଥାନ ବଲାଙ୍ଗୀର ସ୍ଥିତ ପ୍ରୟୋଗଶାଳାରେ ରହିବା ବଦଳରେ,କେନ୍ଦୁଝର ଲାବ’ରେ ଗତ ପଚିଶ’ମାସରୁ ଉର୍ଦ୍ଧ୍ୱଦିନ ଧରି ଡେପୁଟେସନ ଅର୍ଡର’ର ଅପବ୍ୟବହାର କରି ରଖାଯାଇଛି ବୋଲି ଡ଼ିଡ଼ିସିଏ-ବରାଳ ହିନସ୍ଥା ହୁଅନ୍ତି ବୋଲି ଏକ ସାକ୍ଷାତକାରରେ ଜଣାନ୍ତି।ହେଲେ ଅନ୍ୟ ପକ୍ଷରେ ଦେଖିବାକୁ ଗଲେ,ରାଜ୍ୟ ଖଣିବିଭାଗର ଭୁବନେଶ୍ୱର ଏବଂ ଯୋଡ଼ା ରହିଥିବା ପ୍ରୟୋଗଶାଳା’ର ଡ଼ିଡ଼ିସିଏ ପୂର୍ଣ୍ଣ ରାଉଳ ଏବଂ ଦାସମାତ ସୋରେନ ଉକ୍ତ ପ୍ରୟୋଗଶାଳା’ଦ୍ବୟରେ ଗତ ପନ୍ଦରବର୍ଷରୁ ଉର୍ଦ୍ଧ୍ୱବର୍ଷ ଧରି ରହିଥିବା ବେଳେ ଅଲାଜୁକତାର ପ୍ରମାଣ ଦେଇ ଏହି ଡ଼ିଡ଼ିସିଏ-ଦ୍ବୟଙ୍କୁ ଅନ୍ୟତ୍ର ବଦଳି ନିମନ୍ତେ ନିର୍ଦ୍ଦେଶକ ଭୟ କରନ୍ତି ବୋଲି ଡିପାର୍ଟମେଣ୍ଟରେ ଯାହା ଚର୍ଚ୍ଚା ପ୍ରମାଣ ହୁଏ।ଏପରିକି ନିର୍ଦ୍ଦେଶକ ରୋହିତ କୁମାରଙ୍କ ଅପାରଗତା ଭରପୁର ରହିଥିବା ବେଳେ ସଚିବ-ଗୌତମ ଚୌଧୁରୀଙ୍କ କିରାଣୀ ପ୍ରିତମ,ଡ଼ିଡ଼ିସିଏ-ସୋରେନ ଠାରୁ ମାସିକିଆ ବଟି ହଜାର’ହଜାର ଟଙ୍କା ନେବା ହେତୁ,ବଦଳି ଦୂରକଥା ଆଗାମୀ ଅବସର ପର୍ଯ୍ୟନ୍ତ ଡ଼ିଡ଼ିସିଏ-ସୋରେନକୁ ଯୋଡ଼ା ପ୍ରୟୋଗଶାଳାରୁ କେହି ବଦଳି କରି ପାରିବେନି ବୋଲି ଦୃଢ଼କ୍ତି ପ୍ରକାଶ କରନ୍ତି।ଯାହା ଫଳରେ ଅଫିସର ହୋଇ ମଧ୍ୟ ବିଭାଗେ ଝାଡୁ ଠାରୁ ଆରମ୍ଭ କରି,ସଫେଇ ଏବଂ ପାତ୍ର ସଫା(କାଚ ବିକର)ଯାବତୀୟ,ଶ୍ରୀ ବରାଳଙ୍କ ଜୀବନରେ କଟୁଛି ବୋଲି ନିଜ ନିର୍ଦ୍ଦେଶକ ଅଫିସର’ପଣକୁ ପ୍ରସାର କରନ୍ତି ବୋଲି ଡିପାର୍ଟମେଣ୍ଟରେ ଯାହା ଚର୍ଚ୍ଚାରୁ ଜଣାପଡେ।

Leave a Reply

Your email address will not be published. Required fields are marked *

error: Content is protected !!