ରାଜ୍ୟ

ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଲେ ହିମାଂଶୁ କୁମୁଲି

Spread the love

ବୋରିଗୁମ୍ମା:- କୁମୁଲି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ମାନ୍ୟତା ପ୍ରଦାନ ପାଇଁ ଜୟପୁର ନିର୍ବାଚନ ମଣ୍ଡଳୀର ବିଜେପି ନେତା ହିମାଂଶୁ ମହାପାତ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗଙ୍କୁ ଭେଟି ଦାବି ଜଣାଇଛନ୍ତି । ସୂଚନା ଯୋଗ୍ୟ କି ଯେ ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ କୁମୁଲି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ମାନ୍ୟତା ପାଇଁ ଅଞ୍ଚଳବାସି ଦୀର୍ଘ ବର୍ଷ ହେବ ଦାବି କରି ଆସୁଛନ୍ତି । କୁମୁଲି ମେଡିକାଲ ଉପରେ ବୋରିଗୁମ୍ମା ବ୍ଲକର ୧୭ଟି ପଂଚାୟତ , ଦଶମନ୍ତପୁର ବ୍ଲକର ୩ଟି ପଂଚାୟତ ଓ ପୋଡସି ନବରଙ୍ଗପୁର ଜିଲ୍ଲାର ୩ଟି ପଂଚାୟତର ହଜାର ହଜାର ଲୋକ ନିର୍ଭର କରୁଛନ୍ତି। ଡିସେମ୍ବର ୨ ତାରିଖ ଦିନ କୁମୁଲି ଅଞ୍ଚଳର ଗୋଟିଏ ଟିମ୍ କୋରାପୁଟ ଜିଲ୍ଲାପାଳଙ୍କୁ ଭେଟି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏବଂ କୋରାପୁଟ ଜିଲ୍ଲାର ସମସ୍ତ ବିଧାୟକ , ଜୟପୁର ନିର୍ବାଚନକୁ ନେତୃତ୍ୱ ନେଇଥିବା ଜନପ୍ରତିନିଧି ଙ୍କୁ ଦାବି ଜଣାଇଥିଲେ । ଏହି ସମସ୍ୟାକୁ ହୃଦୟଙ୍ଗମ କରି ବିଜେପି ନେତା ହିମାଂଶୁ ମହାପାତ୍ର ଭୁବନେଶ୍ଵର ସ୍ଥିତ ସ୍ଵାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ସରକାରୀ ବାସଭବନରେ ଭେଟି ଦାବି ଜଣାଇଥିବା କହିଛନ୍ତି । ସ୍ଵାସ୍ଥ୍ୟ ମନ୍ତ୍ରୀ ମଧ୍ୟ ଏହି ଦାବି କୁ ଗୁରୁତ୍ବ ଦେଇ ପଦକ୍ଷେପ ଗ୍ରହଣ କରିବେ ବୋଲି ହିମାଂଶୁ ମହାପାତ୍ରଙ୍କୁ ପ୍ରତିଶ୍ରୁତି କରିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *

error: Content is protected !!