Oplus_131072
ଖଇରା, : ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ ଦନ୍ତା ହାତୀ ଏବେ ଶୁଣ୍ଢୀରା ପଞ୍ଚାୟତ ନୁଆସାହି ଗ୍ରାମ ନିକଟରେ ଏକ ଗ୍ରାମ୍ୟ ଜଙ୍ଗଲ ଭିତରେ ରହିଥିବା ସୂଚନା ରହିଛି । ଖବର ପାଇ ବନ ବିଭାଗ ମଧ୍ୟ ହାତୀର ଗତିବିଧି ଉପରେ ନଜର ରଖିଛି ।ହାତୀ ପାଖକୁ ନାଯିବାକୁ ଡକାଵାଜି ଯନ୍ତ୍ରରେ ପ୍ରଚାର କରାଯାଇଛି । ଅନ୍ୟପଟେ ସ୍କୁଲ ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗୋଷ୍ଠୀ ଶିକ୍ଷା ଅଧିକାରୀ ନାରାୟଣ ଦାଶ ମହତିପୁର ଏବଂ ଶୁଣ୍ଢୀରା ପଞ୍ଚାୟତର ସମସ୍ତ ବିଦ୍ୟାଳୟକୁ ବନ୍ଦ ଘୋଷଣା କରିଛନ୍ତି । ସେହିଭଳି ଶୁଣ୍ଢୀରା ଗ୍ରାମର ସୁରେନ୍ଦ୍ର ଦାସଙ୍କ ହାତୀ ଆକ୍ରମଣରେ ମୃତ୍ୟୁକୁ ନେଇ ଅସନ୍ତୋଷ ଗ୍ରାମବାସୀ ବନ ବିଭାଗ ଅବହେଳାକୁ ଦାୟୀ କରିଛନ୍ତି ।କହିରଖୁଛି କି, ମହତିପୁର ଠାରୁ ସୁଣ୍ଢିରା ରାସ୍ତା ଦେଇ ଯାଉଥିବା ବେଳେ ସୁଣ୍ଢିରା ଗ୍ରାମର ସୁରେନ୍ଦ୍ର ଦାସ (୬୫) ହାତୀକୁ ଦେଖି ଦୌଡି ପଳାଇ ଯାଉଥିବା ସମୟରେ ହାତୀଟି ତାଙ୍କୁ କଚାଡି ମାରିଦେଇଥିଲା ।
