ହୀରାଦେଇପୁରରେ ରାସ୍ତା ଖୋଳି ଠିକାଦାର ଛୁ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ
ଅସ୍ତରଙ୍ଗ : ଅସ୍ତରଙ୍ଗ ହୀରାଦେଇପୁର କେନାଲ ରାସ୍ତାରେ ଯାଅ ଆସ କରି ପାଞ୍ଚୋଟି ପରିବାର ସ୍ଥାୟୀ ଘର କରି ବସବାସ କରୁଛନ୍ତି। ଏହିରାସ୍ତା ପାର୍ଶ୍ଵ ରେ ଠିକାଦାର ପାଣି ପାଇପ୍ ପକାଇ ରାସ୍ତା କୁ ଖୋଳି ନଷ୍ଟ କରିଦେବା ଦ୍ୱାରା ଚାରିଚକିଆ ଯାନ ଘରୁ ୧ ମାସରୁ ଉର୍ଦ୍ଧ୍ବ ସମୟ ହେଲାଣି ଘରୁ ବାହାରି ପାରୁନାହୁଁ ଯାହାଦ୍ୱାରା ବହୁ ଅସୁବିଧାରେ ସମ୍ମୁଖୀନ ହେଉଛୁ। ଏହାର ସମାଧାନ ପାଇଁ ଉକ୍ତ ପରିବାର ଲୋକେ ଅସ୍ତରଙ୍ଗ ପ୍ରେସ୍ କ୍ଳବର ସଭାପତି ଶରତ ପରିଡ଼ା ଙ୍କୁ ଅବଗତ କରିଥିଲେ।ଏ ସମ୍ପର୍କରେ ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ଦିଲ୍ଲୀପ କୁମାର ରାଉତଙ୍କୁ ଅବଗତ ପରେ ସାଇଡ ଓ୍ବାଲ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।ଏ ସମ୍ପର୍କରେ ପାଟଳଦା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀ ଯୁକ୍ତ ଯଶୋବନ୍ତ ନାୟକ କହିଛନ୍ତି ପଞ୍ଚାୟତ ପକ୍ଷରୁ ଦୁଇ ଲକ୍ଷ ପଚାଶେ ହଜାର ବୟ ବରାଦ ହୋଇସାରିଛି ବହୁ ଜଲଦି କାର୍ଯ୍ୟ ଆରମ୍ଭ କରାଯିବ। ସୂଚନା ଥାଉକି ଉକ୍ତ କେନାଲ ରାସ୍ତା ପାର୍ଶ୍ବରେ ଅଙ୍ଗନବାଡି କେନ୍ଦ୍ର ଅଛି ଦୈନିକ ଛୋଟ ପିଲା ପାଠ ପଢ଼ିବାକୁ ଆସନ୍ତି ଏ ସମ୍ପର୍କରେ ବରିଷ୍ଠ ନାଗରିକ ମହେଶ୍ୱର ବିଶ୍ବାଳ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

