ରାଜ୍ୟ

ଛଠ ଗୀତ ପରିବେଷଣ ପାଇଁ ସମ୍ବର୍ଦ୍ଧନା

Spread the love

ରାଇରଙ୍ଗପୁର : ସ୍ଥାନୀୟ କେରଳା ପବ୍ଲିକ ସ୍କୁଲ ର ବାର୍ଷିକୋତ୍ସବରେ ଲୋକୋତ୍ସବ ଛଠ ପର୍ବ ର ଏକ ସାଂସ୍କୃତିକ ସଂଗୀତ ପରିବେଷଣ ରାଇରଙ୍ଗପୁର ସହରରେ ଚର୍ଚ୍ଚାର ବିଷୟ ସାଜିଛି। ବିଶେଷ କରି ହିଂଦୀ ଓ ବିହାରି ସଂପ୍ରଦାୟରେ ଏହି ବିଡିଓ କୁ ବାରମ୍ବାର ଦେଖା ଚଲିଛି। ଏହି ଖୁଶିରେ ଛଠ ପର୍ବ ସାମାଜିକ ଓ ସାଂସ୍କୃତିକ ଟ୍ରଷ୍ଟର ସଭାପତି ବିଜୟ କୁମାର ରାମ ଓ ବିହାରୀ ଏକତା ସଂଘ ର ସଭାପତି ଲାଲବାବୁ ସାଓଙ୍କ ନେତୃତ୍ବରେ ଏକ ସଂବର୍ଧିନା କମିଟି ଗଠନ କରାଯାଇ କେରଳା ପବ୍ଲିକ ସ୍କୁଲ ର ଅଧ୍ୟକ୍ଷା ଶ୍ରୀମତି ଗୀତାଞ୍ଜଳି ତ୍ରିପାଠୀ, ସାଂସ୍କୃତିକ କୋର୍ଡିନେଟର ସନ୍ତୋଷୀ ରାମଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ ଓ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା ଓ ନୃତ୍ୟ ନିର୍ଦ୍ଦେଶିକା ନିକି ମିସ କୁ ତାଙ୍କର ଅନୁପସ୍ଥିତି ରେ ଧନ୍ୟବାଦ ଅର୍ପଣ କରାଯାଇଥିଲା। ଏହା ସହିତ ପ୍ରତିଭାଗି ପରିବେଷକ ମାନଙ୍କୁ ଚକଲେଟ ଦେଇ ଉତ୍ସାହିତ କରାଯାଇଥିଲା। ବିଜୟ ରାମ, ଲାଲବାବୁ ସାଓ ସହିତ ଏହି ସଂବର୍ଧନା ପର୍ବରେ ଅବଧେଶ ମିଶ୍ର, ରାଜେଶ କୁମାର ପ୍ରଜାପତି,ବିନୋଦ ଦାସ, କିଶୋର ରଜକ, ମୟୁର ଗୁପ୍ତା, ଛୋଟୁ ଯାଦବ, ବୈଦ୍ୟନାଥ ସାଓ ଓ ଅନ୍ଯାନ୍ଯ ସଦସ୍ଯମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!