କୋଟିପତି ମାଇନିଙ୍ଗ ଅଫିସରଙ୍କ ଡ଼ିଡ଼ିଏମ-ବିଭୁତି
କୋଇଡା:-ସୁନ୍ଦରଗଡ ଜିଲ୍ଲା କୋଇଡା ଖଣିବିଭାଗରେ ଦୁଇ କୋଟିପତି ମାଇନିଙ୍ଗ ଅଫିସର ବସନ୍ତ ଏବଂ ପ୍ରଫୁଲ୍ଲ’ର ଯୋଡ଼ି ଡ଼ିଡ଼ିଏମ-ବିଭୁତି ସହ।ତେବେ ଏହି ଦୁଇ ମାଇନିଙ୍ଗ ଅଫିସର ମଧ୍ୟରୁ ବସନ୍ତଙ୍କ ପ୍ରଚୁର କଳାଧନ ରହିଥିବା ବେଳେ ପ୍ରଫୁଲ୍ଲ ସେଠୀ ମଧ୍ୟ କୌଣସି ଗୁଣରେ କମ ନଥିବାରୁ ଗତ କିଛିବର୍ଷ ତଳେ ଦୁର୍ନୀତିଖୋର ପ୍ରଫୁଲ୍ଲକୁ ଭିଜିଲାନ୍ସ ବାନ୍ଧିଲା ପରେ,ମଧ୍ୟ କୋଇଡା ମଣ୍ଡଳରୁ ପୁନଃ ଅଜସ୍ର ଆଦାୟରେ କୋଟିପତି ତାଲିକାରେ ଏବେବି ଦୁର୍ନୀତିଖୋର ମାନିନିଙ୍ଗ ଅଫିସର ପ୍ରଫୁଲ୍ଲ ସେଠୀ ରହିଛି।ତେବେ ରାଜ୍ୟବାସୀଙ୍କ ଅବଗତି ନିମନ୍ତେ ଯୋଡ଼ା ଏବଂ କୋଇଡା ଖଣିବିଭାଗରେ ଏଭଳି ମାଳମାଳ କୋଟିପତିଙ୍କ ଅଭାବ ନଥିବାବେଳେ ମାଇନିଙ୍ଗ ଅଫିସର ବସନ୍ତ ଅତି ଚତୁରାମୀରେ,ଚାକିରୀ ଜୀବନ ବୃଦ୍ଧ ବୟସରେ,ଯୋଡ଼ା ଡ଼ିଡ଼ିଏମ-ଅଫିସ ଏବଂ କୋଇଡା ଡ଼ିଡ଼ିଏମ ଅଫିସକୁ (ଖଣିବିଭାଗ)ବଦଳିରେ ଆସି,ଅସାଧୁ ଉପାୟରେ ନିଜର କୋଟିପତି ସ୍ୱପ୍ନ ପୂରଣ କରିବରେ ସଫଳ ହୋଇଛି।ତେବେ ସେ ଯାହା’ହେଉ କୋଟିପତି ବନିବା ରାଜ୍ୟର ଖଣିବିଭାଗରେ(ଯୋଡ଼ା-କୋଇଡା)ସହଜ ଉପାୟ ଥିବାବେଳେ ଦୁଇ ମାଇନିଙ୍ଗ ଅଫିସର ବସନ୍ତ ଏବଂ ପ୍ରଫୁଲ୍ଲ ତାହାର ଜ୍ୱଳନ୍ତ ଉଦାହରଣ ରାଜ୍ୟବାସୀଙ୍କ ସମ୍ମୁଖରେ ଥୁଆ ରହିଥିବା ବେଳେ ତତ୍କାଳୀନ କୋଇଡା ଡ଼ିଡ଼ିଏମ ଅସିତ ବେହେରା କୋଟିପତି ବନିବା ପରେ ବାରିପଦା ଖଣିବିଭାଗକୁ ବିଦା ହୋଇଥିବାର ଦେଖିବାକୁ ମିଳେ।ଏପରିକି ଆଉ ଜଣେ କୋଟିପତି ବନିବା ପ୍ରତିଯୋଗୀତା ତାଲିକାରେ ନୂଆ କରି ଯୋଗ ଦେଇଥିବା ଖଣି ଉପ-ନିର୍ଦ୍ଦେଶକ ବିଭୁତି ବେହେରା ଉଭୟଦ୍ବୟ ମାଇନିଙ୍ଗ ଅଫିସର ବସନ୍ତ ଏବଂ ପ୍ରଫୁଲ୍ଲ ସହ ପ୍ରସୂତି ଆରମ୍ଭ କରି ଦେଇଥିବାର ଜଣାପଡେ।
