ଜଗତସିଂହପୁର ବନବିଭାଗ ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଜଗତସିଂହପୁର : ଜଗତସିଂହପୁର ବନ ବିଭାଗ ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତ ରାୟଙ୍କ ଘର ଉପରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । ଜଗତସିଂହପୁର ସଦର ଥାନା ଚାଟରା ସ୍ଥିତ ବାସ ଭବନ ଓ ସରକାରୀ କାର୍ଯ୍ୟାଳୟ ସରକାରୀ ବାସ ଭବନ ଓ ତିର୍ତ୍ତୋଲ ଥାନା ସାମନ୍ତରାୟ ପୁର ଗାଁ ସ୍ଥିତ ପୈତୃକ ବାସ ଭବନ ଆଦି 4 ଟି ସ୍ଥାନରେ ଏକା ସାଙ୍ଗରେ ଚଢ଼ାଉ ଜାରି ରହିଛି । ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ବ୍ୟାଙ୍କ ବାସ ବୁକ ଜବତ ସୁନା ଗହଣା ଓ ନଗଦ ଟଙ୍କା,ଏଟିଏମ କାର୍ଡ ଜବତ ହୋଇଥିବାର ଜଣାଯାଇଛି। ସକାଳ 6 ଟା ରୁ 4 ଟି ସ୍ଥାନରେ ଏକା ସାଙ୍ଗରେ ଚଢ଼ାଉ ବେଳେ ଦିନ 12 ଟା ବେଳ ସୁଦ୍ଧା 200 ଗ୍ରାମ ସୁନା, 3 ଲକ୍ଷ 50 ହଜାର ଟଙ୍କା ନଗଦ କ୍ୟାସ, ଜଗତସିଂହପୁର ରେ 2 ଟା ପ୍ଲଟ ଓ କଟକରେ ଗୋଟିଏ ପ୍ଲଟ ଠାବ କରାଯାଇଛି । ବିଭିନ୍ନ ବ୍ୟାଙ୍କରେ 50 ଲକ୍ଷ ଟଙ୍କାରୁ ଉର୍ଦ୍ଧ ବ୍ୟାଙ୍କ ଜମାରାଶି ଥିବାର ମଧ୍ୟ ଠାବ କରାଯାଇଛି । ସେହିପରି ମୋଟ ସ୍ଥାବର, ଅସ୍ଥାବର ସମ୍ପତି ମୂଲ୍ୟ ପାୟ 3କୋଟି ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଆରପରେ ଆଉ ଅଧିକ ତଦନ୍ତ ପରେ ଆଉ କେତେ ସମ୍ପତି ରହିଛି ତାହା ଆଗକୁ ଜଣାପଡିବ ବୋଲି ଭିଜିଲାନ୍ସ ଅଧିକାରୀ କହିଛନ୍ତି । ଚଢ଼ାଉ ସମୟରେ ଭିଜିଲାନ୍ସ ଦ୍ୱାରା ଅଟକ ଥିବା ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟ ଙ୍କୁ କଟକ ନିଆଯାଇ ଅଧିକ ଜେରା କରାଯିବ ବୋଲି ସୂଚନା ମିଳିଛି । 4ଟି ସ୍ଥାନରେ ହେଉଥିବା ଏହି ଚଢ଼ାଉ ରେ ଦୁଇ ଜଣ ଅତିରିକ୍ତ ଏସି,5 ଜଣ ଡିଏସପି ଓ 8 ଜଣ ଇନ୍ସପେକ୍ଟର ଙ୍କ ସହ ଅନ୍ୟାନ୍ୟ ସହାୟକ କର୍ମଚାରୀ ମାନଙ୍କୁ ନିୟୋଜିତ କରାଯାଇଛି ।
