ରାଜ୍ୟ

ଖଣି-ନିର୍ଦ୍ଦେଶାଳୟରେ ଜାଲିଆଙ୍କ ମେଳି

Spread the love

କେନ୍ଦୁଝର:-ରାଜ୍ୟ ଖଣି-ନିର୍ଦ୍ଦେଶାଳୟର ଗଦା’ଗଦା ଅଫିସରଙ୍କ ଠାରୁ ଆରମ୍ଭ କରି ଜାଲିଆ କର୍ମଚାରୀଙ୍କ ମେଳି।ତେବେ ଏହି ଜାଲିଆ ଅଫିସର ବିଭାଗ ଓ ଗୁରୁତ୍ତ୍ୱପୂର୍ଣ୍ଣ ସେକ୍ସନକୁ କର୍ମଚାରୀ ଦଖଲରେ କରି ରଖିଥିବା ବେଳେ ଖଣି-ନିର୍ଦ୍ଦେଶକ ରୋହିତଙ୍କ ହାତ’ଟେକି ବସିଛନ୍ତି ବୋଲି ଜାଲିଆଙ୍କ ରାଜ ଚାଲି ଆସୁଛି।ହେଲେ ଜାଲିଆ ଖଣି-ଅଫିସର ଏବଂ କର୍ମଚାରୀଙ୍କ ମୁଖା ଯେତେବେଳେ ସାରାରାଜ୍ୟ ପ୍ରଘଟ ହୋଇଥିବା ବେଳକୁ ଏମାନଙ୍କ ମଜବୁତ ଚେରକୁ କଟା ଯିବାର ଉଚିତ ସମୟ ଆସିଛି ଜଣାପଡିବାରୁ ଖଣି-ନିର୍ଦ୍ଦେଶାଳୟରେ ହୁଲସ୍ତୁଲ ହୁଏ।ତେବେ ପ୍ରାଥମିକ ସଂନ୍ଧାନରେ,ଖଣି-ନିର୍ଦ୍ଦେଶଳୟ ଅଧିନସ୍ଥ ଏକ ଗୋଷ୍ଠୀ ତିନି’ଜଣିଆ ମହାଧୃନ୍ଦର ଜାଲିଆ ଧରା ପଡିଥିବା ବେଳେ ରିସର୍ଚ୍ଚ-ଲାବୋରଟରୀର ସୀମା ବାହାରେ ମାସିକିଆ ବଟି ଆଦାୟ କରିଥିବାରୁ ଆରମ୍ଭ କରି,ମେସିନ କିଣାରେ ପି:ସି,ଠିକା ନିଯୁକ୍ତିରେ ଲାଞ୍ଚ ଆଦାୟ କରିଥିବା ଜାଲି ଯୁଗ୍ମ-ନିର୍ଦ୍ଦେଶକ ସୁକାନ୍ତ ମିଶ୍ର କିପରି ଚଉଦବର୍ଷରେ ଏକାଦଶ ପାସ କରିଥିବାକୁ କିପରି ଡିପାର୍ଟମେଣ୍ଟ ଜାଣିପାରିଲାଣି ବୋଲି ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।ହେଲେ ଜାଲି ଉପାୟରେ ଖଣି-ନିର୍ଦ୍ଦେଶାଳୟରେ ଚାକିରୀ କରିଥିବା ସୁକାନ୍ତ’ର ଗତ ମାର୍ଚ୍ଚରେ ଅବସର ନେଇ ଖସି ଯାଇଥିବା ବେଳେ ରିସର୍ଚ୍ଚ-ଲାବୋରଟରୀକୁ ଡିପାର୍ଟମେଣ୍ଟର ଦ୍ୱତୀୟ ଜାଲିଆ ଡ଼ିଡ଼ିସିଏ-ପୂର୍ଣ୍ଣଶଶୀ ଶେଖର ରାଉଳ ଯୋଗ୍ୟତା ନଥିବା ସୁଦ୍ଧା ହାତେଇ ଥିବା ସୁଦ୍ଧା ଜାଣି ଖଣି-ନିର୍ଦ୍ଦେଶକ ରୋହିତ ଲେଙ୍କା ଅନ୍ୟ କୌଣସି ସରଳ ରାସ୍ତା ନକାଢି ନିଶ୍ଚିନ୍ତରେ ବସିଛନ୍ତି ମାସ’ମାସ ଧରି ବୋଲି ଜଣାପଡେ।ସେହିପରି ସାରାରାଜ୍ୟ ଯେତେବେଳେ ଜାଣିବାକୁ ପାଇଲାଣି ହେଲେ ବଡ ଆଶ୍ଚର୍ଯ୍ୟର ବିଷୟ ଘଟାଇବା ନିର୍ଦ୍ଦେଶକ ରୋହିତଙ୍କୁ କିପରି ଜଣାପଡ଼ୁନି ଯେ ନିଜ ବିଭାଗର ଗୁରୁତ୍ତ୍ୱପୂର୍ଣ୍ଣ ଏମ:ସି ସେକ୍ସନରେ ଜଣିଏ ଜାଲିଆ କିରାଣୀ କିଶୋର ମହାପାତ୍ରକୁ ରଖିବା ଯାହା ଆଗାମୀ ଦିନରେ ନିଶ୍ଚୟ ଭୟଙ୍କର ରୂପ ନେବ ବୋଲି ବିଶେଷଜ୍ଞଙ୍କ ଅକାଳରୁ ଯାହା ଜଣାପଡେ।

Leave a Reply

Your email address will not be published. Required fields are marked *

error: Content is protected !!