ରାଜନୀତି

ଡିଜିଟାଲ ପ୍ରଚାରରେ ବିଜେଡି ୨୦୨୪ ନିର୍ବାଚନରେ ଖର୍ଚ୍ଚ କରିଛି ୮୩ କୋଟି

Spread the love

ଭୁବନେଶ୍ୱର ଡିଜିଟାଲ ପ୍ରଚାରରେ ବିଜେଡିର ବାଜିମାତ । ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଡିଜିଟାଲ ପ୍ରଚାରରେ କଂଗ୍ରେସ ଓ ବିଜେପିକୁ ପଛରେ ପକାଇଛି ବିଜେଡି । ଏଡିଆର ବା ଏସୋସିଏସନ୍ ଫର ଡିମୋକ୍ରାଟିକ୍ ରିଫର୍ମ୍ସ ରିପୋର୍ଟରେ ଏ ତଥ୍ୟ ସାମ୍ନାକୁ ଆସିଛି । ଡିଜିଟାଲ ପ୍ରଚାର ବାବଦରେ ବିଜୁ ଜନତା ଦଳ ଏକାକୀ ଖର୍ଚ୍ଚ କରିଛି ୮୩ ଦଶମିକ ୩ କୋଟି । ଅର୍ଥାତ ସୋସିଆଲ ମିଡିଆରେ ପ୍ରଚାର ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ କରିଛି ବିଜେଡି । ସେହି ତୁଳନାରେ କଂଗ୍ରେସ ଡିଜିଟାଲ ପ୍ରଚାର ପାଇଁ ୪୭.୬୯ କୋଟି ଟଙ୍କା ଖର୍ଚ୍ଚ କରିଛି ।ତେବେ ସରକାର ଗଢ଼ିଥିବା ବିଜେପି ମାତ୍ର ୧ କୋଟି ୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି । ସେହିପରି ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେଡି ୨୭୮ କୋଟି ୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି । ସେହି ତୁଳନାରେ ବିଜେପି ସର୍ବାଧିକ ୧୪ଶହ ୯୪ କୋଟି ଟଙ୍କା ଖର୍ଚ୍ଚ କରିଛି । ଯାହା ରାଜନୈତିକ ଦଳମାନଙ୍କ ଦ୍ବାରା ମୋଟ୍‌ ନିର୍ବାଚନ ଖର୍ଚ୍ଚର ୪୪.୫୬ ପ୍ରତିଶତ । ବିଜେପି ପଛକୁ କଂଗ୍ରେସ ୨୦୨୪ ନିର୍ବାଚନରେ ୬୨୦ କୋଟି ଟଙ୍କା ଖର୍ଚ୍ଚ କରି ଦ୍ବିତୀୟ ସ୍ଥାନ‌ରେ ରହିଛି । କଂଗ୍ରେସର ନିର୍ବାଚନ ଖର୍ଚ୍ଚ ମୋଟ୍‌ ନିର୍ବାଚନ ଖର୍ଚ୍ଚର ୧୮.୫ ପ୍ରତିଶତ । ୩୨ଟି ଜାତୀୟ ଓ ଆଞ୍ଚଳିକ ଦଳ ଗୁଡ଼ିକର ତଥ୍ୟ ଆକଳନ କରି ଏଡିଆର୍‌ ଏହି ରିପୋର୍ଟ ପ୍ରସ୍ତୁତ କରିଛି । ୨୦୨୪ ନିର୍ବାଚନ ଖର୍ଚ୍ଚକୁ ନେଇ ଏଡିଆର୍ ରିପୋର୍ଟଡିଜିଟାଲ୍ ପ୍ରଚାରରେ କଂଗ୍ରେସ, ବିଜେପିକୁ ପଛରେ ପକାଇଲା ବିଜେଡିବିଜେଡି ଡିଜିଟାଲ ପ୍ରଚାର ବାବଦରେ ୮୩.୦୩ କୋଟି ଟଙ୍କା ଖର୍ଚ୍ଚ କରିଛିକଂଗ୍ରେସ ୪୭.୬୯ କୋଟି ଟଙ୍କା ଖର୍ଚ୍ଚ କରିଛିବିଜେପି ମାତ୍ର ୧.୦୬ କୋଟି ଟଙ୍କା ଖର୍ଚ୍ଚ କରିଛି୨୦୨୪ ନିର୍ବାଚନରେ ୩୨ଟି ଜାତୀୟ ଓ ଆଞ୍ଚଳିକ ଦଳ ଖର୍ଚ୍ଚ କରିଛନ୍ତି ୩୩୫୨.୮୧ କୋଟିବିଜେପି ସର୍ବାଧିକ ୧୪୯୪ କୋଟି ଓ କଂଗ୍ରେସ ୬୨୦ କୋଟି ଖର୍ଚ୍ଚ କରିଛିୱାଇଏସ୍‌ଆର କଂଗ୍ରେସ ପାର୍ଟି ୩୨୫.୬୭ କୋଟି ଖର୍ଚ୍ଚ କରିଛିବିଜେଡି ୨୭୮.୦୩ କୋଟି ଓ ଟିଏମସି ୧୪୭.୬୮ କୋଟି ଟଙ୍କା ଖର୍ଚ୍ଚ କରିଛିନିର୍ବାଚନ ପ୍ରଚାରରେ ବିଜେପି ସର୍ବାଧିକ ୯୮୩.୯୨ କୋଟି ଖର୍ଚ୍ଚ କରିଛିବିଜେପି ଚାନ୍ଦା ବାବଦରେ ୬୨୬୮ କୋଟି ଟଙ୍କା ପାଇଛିକଂଗ୍ରେସ ୫୯୨.୪୮ କୋଟି ଟଙ୍କା ହାସଲ କରିଛି

Leave a Reply

Your email address will not be published. Required fields are marked *

error: Content is protected !!