ରାଜ୍ୟ

ବିନା ସୂଚନା ଫଳକରେ ରାତି ଅଧୂଆ କାମ ହୋଇ ଥିବା ଅଞ୍ଚଳବାସୀଙ୍କ ଅଭିଯୋଗ

Spread the love

କଙ୍କଡ଼ାହାଡ଼ -ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ରାଇବୋଲ ପଞ୍ଚାୟତ ଭାଲୁମୁଣ୍ଡା ଗ୍ରାମରେ ରେ ବିନା ସୂଚନା ଫଳକରେ ରାତି ଅଧୂଆ ମରମ୍ ଚୋରା ଚାଲାଣ କରି ଠିକାଦାର ଆରମ୍ଭ କରିଛନ୍ତି ରାସ୍ତା କାମ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ସରକାର ଙ୍କ ନିୟମ କହୁଛି ଆଗ ସୂଚନା ଫଳକ ପଛରେ କାମ ହବାକଥା।ପ୍ରକୃତରେ ଏହିରାସ୍ତା ଠିକାଦାର ଙ୍କ ପାଣ୍ଠିରୁ ନା ପ୍ରକୃତରେ ସରକାରଙ୍କ ଟଙ୍କାରୁ ରାସ୍ତା ନିର୍ମାଣ କରା ଯାଉଛି ଜନ ସାଧାରଣରେ ଏକ ପ୍ରଶ୍ନବାଚି ସୃଷ୍ଟି କରିଛି । କିନ୍ତୁ ଆମେ କହି ରଖୁବୁ ସରକାରଙ୍କ ଟଙ୍କାରେ ରାସ୍ତା ନିର୍ମାଣ କରା ଯାଇଛି ନା ନିଜ ଟଙ୍କାରେ ମୋରମ୍ ଚୋରା ଚାଲାଣ କରି ରାତି ଅଧୂଆ ରାସ୍ତା କାମ ନିର୍ମାଣ କରା ଯାଇ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ରେ ଚାଲିଛି କାମ। ଏ ନେଇ ଆମେ ଯୋଗ ଯୋଗ କରିବାକୁ ଚାହିଁଥିଲୁ ସ୍ଥାନୀୟ ସରପଞ୍ଚଙ୍କୁ ଫୋନ ଯୋଗେ ଯୋଗାଯୋଗ ହୋଇପାରିନଥିଲା। କିନ୍ତୁ ଆମେ କହି ରଖୁବୁ ଯଦି ସରକାରଙ୍କ ଟଙ୍କାରେ ନିର୍ମାଣ କରା ଯାଉଛି ରାସ୍ତା କାମ ତାହାଲେ ବିନା ସୂଚନା ରେ କିଭଳି ଭାବରେ ରାତି ଅଧୂଆ ତରବରିଆ ଭାବରେ କରା ଯାଉଛି.। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *

error: Content is protected !!