ଓୟୁଡବ୍ଲୁଯେର ପ୍ରସ୍ତୁତ ବୈଠକ ଅନୁଷ୍ଠିତ
ଅସ୍ତରଙ୍ଗ : ଓଡ଼ିଶା କର୍ମଜୀବି ସାମ୍ବାଦିକ ସଂଘ ପୁରୀ ଜିଲ୍ଲା ଶାଖା ଓ ଅସ୍ତରଙ୍ଗ ପ୍ରେସ୍ କ୍ଳବ୍ ର ପ୍ରସ୍ତୁତି ବୈଠକ ଅସ୍ତରଙ୍ଗ ବଜାର ସ୍ଥିତ ବାବା ଗଣପତି ମନ୍ଦିର ପ୍ରାଙ୍ଗଣରେ ଆଜି ଅନୁଷ୍ଠିତ ହୋଇଯାଇଛି। ସୁନ୍ଦର ଓ ନିଡ଼ାମ୍ବର ଭାବେ ପାଳନ କରାଯିବା ପାଇଁ ପ୍ରେସ୍ କ୍ଳବ୍ ସଭାପତି ଶରତ ପରିଡା ଙ୍କ ସଭାପତିତ୍ବ ରେ ଉକ୍ତ ବୈଠକ ରେ ଆଲୋଚନା ହୋଇଥିଲା। ଓଡ଼ିଶା କର୍ମଜୀବି ସାମ୍ବାଦିକ ସଂଘ ପୁରୀଜିଲ୍ଲା ଶାଖା ଓ ଅସ୍ତରଙ୍ଗ ପ୍ରେସ୍ କ୍ଳବ ମିଳିତ ଆନୁକୂଲ୍ୟରେ ପ୍ରତିଭା ସମ୍ମାନ ପ୍ରଦାନ କରାଯିବା ଉପରେ ଉକ୍ତ ବୈଠକରେ ନିଶ୍ଚିତ ହୋଇଥିଲା। ଏହି ସମ୍ମାନ କୋଣାର୍କ,ଗୋପ, ନିମାପଡ଼ା ଅଞ୍ଚଳର ଚଳିତ ବର୍ଷ ଦଶମ, ଦ୍ୱାଦଶ ଓ ସ୍ନାତକରେ ଉତ୍ତୀର୍ଣ୍ଣ କୃତି ଛାତ୍ର ଛାତ୍ରୀ, ଡାକ୍ତର , ଇଂଜିନିୟର, ସମାଜସେବୀ, ଆଦର୍ଶ ଶିକ୍ଷକ, ପୂର୍ବତନ ଶିକ୍ଷକ, ଜିଲ୍ଲା ସ୍ତରରୁ ପ୍ରଶାସନିକ ଅଧିକାରୀ ଓ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯିବ। ଆୟୋଜିତ କାର୍ଯ୍ୟକାରିଣୀ, ବନ୍ଧୁମିଳନ କାର୍ଯ୍ୟକ୍ରମରେ ରାଜ୍ୟ ଓ ଜିଲ୍ଲା ସ୍ତରର ବିଶିଷ୍ଟ ବ୍ୟକ୍ତି ଯୋଗଦେବେ ବୋଲି ପ୍ରେସ୍ କ୍ଳବ୍ ସଭାପତି ଶ୍ରୀଯୁକ୍ତ ପରିଡା ସୂଚନା ଦେଇଛନ୍ତି। ଉକ୍ତ ବୈଠକ ରେ ପ୍ରେସ୍ କ୍ଳବ୍ ସମ୍ପାଦକ ବୃନ୍ଦାବନ ବିଶ୍ୱାଳ , କୋଷାଧକ୍ଷ ପ୍ରିୟବ୍ରତ ମୁଦୁଲି, ସଂଗଠନ ସମ୍ପାଦକ ଅକ୍ଷୟ ପ୍ରସାଦ ମହାନ୍ତି, ସାମାଜିକ ଗଣମାଧ୍ୟମ ସମ୍ପାଦକ ଅଲେଖ ବିଶ୍ୱାଳ, ପ୍ରଶାନ୍ତ କୁମାର ଜେନା, ତ୍ରିଲୋଚନ ବେହେରା, ପ୍ରମୋଦ କୁମାର ଦାଶ ଓ ବିନୋଦ ସେଠୀ, କୋଣାର୍କର କୋର୍ଡିନେଟର ଜ୍ୟୋତି ଶଙ୍କର ଦାଶ, ଅରୁଣ କୁମାର ବିଶ୍ବାଳ ପ୍ରମୁଖ ଯୋଗଦେଇଥିଲେ।
