ଅମରେଶ୍ବର ଶମ୍ଭୁ ମନ୍ଦିର ରୁ ଚୋରି
ନିମାପଡ଼ା : ପୁରୀ ଜିଲ୍ଲା ଚାରିଛକ ଥାନା ଅନ୍ତର୍ଗତ ପ୍ରାଚୀ ଉପତ୍ୟକା ର ପ୍ରସିଦ୍ଧ ଅମରେଶ୍ଵର ଶମ୍ଭୁ ମନ୍ଦିରର ତାଲା ଭାଙ୍ଗି ଦୁବୃର୍ତ୍ତ ମାନେ ଲକ୍ଷାଧିକ ଟଙ୍କାର ରୁପା ଅଳଙ୍କାର ,ପିତ୍ତଳ ବାସନ , ପୁଜା ସାମଗ୍ରୀ ଲୁଟ କରିନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛି। ସୂଚନା ମୁତାବକ, ରବିବାର ସକାଳୁ ସୁଆର ପୂଜକ ଚନ୍ଦ୍ରକାନ୍ତ ବଡ଼ୁ ଠାକୁରଙ୍କୁ ସ୍ନାନ ପାଇଁ ପ୍ରାତଃ ରେ ଯିବା ସମୟରେ ମନ୍ଦିର ତାଲା ଭଙ୍ଗାଯାଇ ଶିବ-ପାର୍ବତୀଙ୍କ ମୁକୁଟ, ଚର୍ଚ୍ଚିକାଙ୍କ ମୁକୁଟ, କଂସା ଢାଳ, ଘଣ୍ଟି ଆଦି ନଥିବା ଦେଖି ଠାକୁରଙ୍କ ପାଳିଆ ପୂଜକ ବିଶ୍ବନାଥ ପାଣିଙ୍କ ସମେତ ଗ୍ରାମର ସେବାୟତ ମାନଙ୍କୁ ଜଣାଇଥିଲେ । ଏ ନେଇ ସେବାୟତ ଜୟଦେବ ପାଢ଼ୀ ଚାରି ଛକ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ୧୫୮/୨୫ରେ ଏକ ମାମଲା ରୁଜୁ କରିବା ସହ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଲୁଟେରା ମାନଙ୍କୁ ତୁରନ୍ତ ଠାବ କରାଯାଇ ଗିରଫ କରିବାକୁ ସାଧାରଣ ରେ ଦାବି ହେଉଛି।
