ଷ୍ଟାଡିୟମ୍ ତିଆରି ନେଇ ଗ୍ରାମବାସୀ ଛାନିଆଁ
ରାଇରଙ୍ଗପୁର:: ନିରଞ୍ଜନ ଗ୍ରାମରେ ଷ୍ଟାଡିୟମ୍ ତିଆରି ନେଇ ଗ୍ରାମବାସୀ ଛାନିଆଁ ଆଙ୍କର: ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ବ୍ଲକ ସାନପାଖନା ପଞ୍ଚାୟତ ଅନ୍ତର୍ଗତ ନିରଞ୍ଜନ ଗ୍ରାମରେ ହାରାହାରି ୨୦୦ ପରିବାର ବସବାସ କରନ୍ତି I ଏଠିକାର ୯୦ ପ୍ରତିଶତ ଲୋକ କୁଷି ଉପରେ ନିର୍ଭରଶୀଳ ଓ ବିପିଏଲ ଶ୍ରେଣୀଭୁକ୍ତ I କେତେକ ବେସରକାରୀ ସଂସ୍ଥାରେ କାର୍ଯ୍ଯକରି ଜୀବନ ନିର୍ବାହ କରୁଅଛନ୍ତି I ସେମାନେ ବହୁଦିନରୁ ଘରବାହି ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରି ରହୁଛନ୍ତି I କିଛିଦିନ ପୂର୍ବରୁ ଲୋକପ୍ରତିନିଧି, ୱାର୍ଡମେମ୍ବର ଓ ସରପଞ୍ଚଙ୍କ ବିନା ପରାମର୍ଶ ତଥା ଗ୍ରାମସଭା ନ ଡକାଇ ଜିମିମାପ ଚିହ୍ନଟ କରାଯାଇଥିଲା I ଗ୍ରାମବାସୀ ଜାଣିବାକୁ ପାଇଲେ ସେଠାରେ ଷ୍ଟାଡିୟମ୍ ହେବାକୁ ଯାଉଛି I ଏଠାରେ ଷ୍ଟାଡିୟମ୍ ହେଲେ ସେମାନଙ୍କର ଘରବାହି ଉପରେ ପ୍ରଭାବ ପଡିବ I ତେଣୁ ଏହାର ବିକଳ୍ପ ବ୍ଯବସ୍ଥା ନିମନ୍ତେ ଗ୍ରାମବାସୀ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପହଞ୍ଚି ଉପଜିଲ୍ଲାପାଳଙ୍କୁ ସେମାନଙ୍କର ଦାବୀପତ୍ର ପ୍ରଦାନ କରିଥିଲେ I ଏଥିରେ ନମିତା ଟୁଡୁ, ପ୍ରିତମ ହେମ୍ବ୍ରମ, ସଂଜୁ ମହାନ୍ତ, ପଦ୍ମାବତୀ ମହାନ୍ତ, ଲକ୍ଷ୍ମଣ ମହାନ୍ତ, ରାଜା ମହାନ୍ତ, ଶ୍ରୀଧର ନାଏକ, ଶଙ୍କର ଟୁଡୁ, ମୋହନ ମାଝୀ, ରଜତ ମୁର୍ମୁ, ରହିତ ମହାନ୍ତ, ଅନନ୍ତ ମାଝୀ ତଥା ବହୁ ଗ୍ରାମବାସୀ ଉପସ୍ଥିତ ରହିଥିଲେ I ମୟୂରଭଞ୍ଜ ରାଇରଙ୍ଗପୁର ରୁ ଉତ୍ତମ ରାମଙ୍କ ରିପୋର୍ଟ
