ଭାଷା ଦିବସରେ ମାନପତ୍ରଅଗଷ୍ଟରେ ପୁରସ୍କାର ଦେବେ ବିଡିଓ
ରାଇରଙ୍ଗପୁର – ଅଲଚିକି ଭାଷା ଦିବସରେ କୃତଜ୍ଞତା ପ୍ରମାଣ ପତ୍ର ଓ ଆସନ୍ତା ଅଗଷ୍ଟ ୧୫ରେ ପୁରସ୍କାର ଦେବାପାଇଁ ବିଡିଓ ଯାମଦା ଘୋଷଣା କରିଥିଲେ। ଡିସେମ୍ବର ୨୨ ତାରିଖ ଦିନ ସାମ୍ବିଧାନ ସିକୃତି ଅଲଚିକି ଭାଷା ଦିବସ ପାଳନ ଅବସରରେ ବିଡିଓ ଦେବାଶିଷ ପଣ୍ଡା ଶ୍ରଦ୍ଧା ସୁମନ ପଣ୍ଡିତ ରଘୁନାଥ ମୁର୍ମୁଙ୍କର ତୈଳଚିତ୍ରରେ ପ୍ରଦୀପ ପ୍ରଜଳନ କରିଥିଲେ । ସଂସଦ ପ୍ରତିନିଧି ବିଜୁ ଗୋପାଳ ଗୋପ୍, ବିଧାୟକ ପ୍ରତିନିଧି ଭୀମ ପୂର୍ତ୍ତି ସାଉଁତା ମାଡଓ୍ବା ଚାୟରେତ୍ ରଘୁନାଥ ହାଁଘସଦାଃ, ପୂର୍ବତନ ଓଡିଶା ପ୍ରଶାସନୀକ ସେବା ଅଧିକାରୀ ତଥା ବଡସିହା ମାଝୀବାବାଙ୍କର ପ୍ରତିନିଧି ନାରାୟଣ ମୁର୍ମୁ, ମଞ୍ଚାସିନ ଥିବା କାର୍ଯ୍ୟକ୍ରମରେ, ଯାମଦା ବ୍ଲକର ସମସ୍ତ ମାଝୀବାବା, ମୁଣ୍ଡାବାବା, ନାୟାବାବା ମାନଙ୍କୁ, ସ୍କୁଲରେ ଚାଲିଥିବା ଅଲଚିକି, ଓ୍ବାରାଂ ଚିତି, ମୁଣ୍ଡାରୀଲିପି ସମ୍ବନ୍ଧରେ ବିଇଓ ଙ୍କର ପ୍ରତିନିଧି ବୁଧୁରାୟ ହେମ୍ବ୍ରମ୍ ଶିବିରରେ ତଥ୍ୟ ପ୍ରଦାନ କରିଥିଲେ । ତହସିଲଦାରଙ୍କ ପ୍ରତିନିଧି ଆର ଏସ ସୁବାଶ ହାଁସଦାଃ, ପେସା କୋର୍ଡିନେଟର ଦିପୀକା ପ୍ରଧାନ, ଏପିଓ ସିଧାର୍ଥ ପାଲ, ଏମଆଈ ହେମନ୍ତ ନାୟକ, ବିପିସି କେଶ୍ବରୀ ସୋରେନ୍, ବିଏସଏସଓ ଦେବସ୍ମିତା ହାସାଦାଃ, ଶୁଭଲକ୍ଷ୍ମୀ ଦାସ, ପ୍ରିୟା ମୁର୍ମୁ, ସୁବାଶିଷ ଦାସ, ଆଇନ୍ ସ୍ବେଚ୍ଛାସେବୀ ଦୁଖୁରାମ ମୁର୍ମୁ ଯଥାକ୍ରମେ ଜମିଜୁମା, ଗ୍ରାମସଭା ଓ ପେସାଏକ୍ଟ, ମନରେଗା, ପିଡିଏସ୍, ପିଏମଏଓ୍ବାଇ, ଭତ୍ତା, କୃଷି, ଉଦ୍ୟାନ, ଜଙ୍ଗଲ ଜମି, ଆଇନ୍ ସମ୍ବନ୍ଧରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଶିବିରରେ ସାଉଁତା ମାଝୀ ଛୋଟ ମାଝୀ ଗ୍ରାମ ପ୍ରଧାନ ମାନଙ୍କୁ ଚିନ୍ହଟ କରି ସେମାନଙ୍କୁ ବିଡିଓ କୃତଜ୍ଞତା ପ୍ରମାଣପତ୍ର ଓ ଉତ୍ତରୀୟ ଦେଇ ମାଝୀବାବା, ମୁଣ୍ଡାବାବା, ନାୟାବାବାଙ୍କର ସମ୍ମାନ ବର୍ଦ୍ଧିତ କରିଥିଲେ ଏବଂ ସେମାନଙ୍କୁ ସରକାରୀ ଯୋଜନାରେ ସାମିଲ ହେବାକୁ ଆମନ୍ତ୍ରଣ କରିଥିଲେ । ସରକାରୀ ଯୋଜନାକୁ ନିଜ ଗ୍ରାମରେ ସଫଳ ରୂପାୟନ କଲେ, ଗ୍ରାମଟି ସାମାଜିକ, ଆର୍ଥିକ ସ୍ବଚ୍ଛଳ ଓ ସ୍ବଚ୍ଛ ଭାରତ ମିଶନରେ ନିଜକୁ ସାମିଲ କରାଇ ପାରିଥିବା ଗ୍ରାମକୁ ଚିନ୍ହଟ କରି ଗ୍ରାମ ପ୍ରଧାନ ମାନଙ୍କୁ ଆସନ୍ତା ଅଗଷ୍ଟ ୧୫ରେ ପୁରସ୍କୃତ କରିବାକୁ ଘୋଷଣା କରିବାରୁ କରତାଳିରେ ଶିବିର ଗୁଞ୍ଜରିତ ହୋଇ ଉଠିଥିଲା, ଶେଷରେ ଯାମଦା ବ୍ରାଞ୍ଚ ଆସେକାର ଉପ ସଭାପତି ଲକ୍ଷ୍ମଣ ଟୁଡୁ ଧନ୍ୟବାଦ୍ ଅର୍ପଣ କରି ସଭାସାଙ୍ଗ କରିଥିଲେ ।
