ମୁହାଣ ମୁହଁ ରେ ବୁଡିଗଲା ଟ୍ରଲର, ଅଳ୍ପକେ ବର୍ତ୍ତିଲେ ମସ୍ଚ୍ୟଜିବୀ
ଅସ୍ତରଙ୍ଗ (୨୪/୧୨) ଅସ୍ତରଙ୍ଗ ଦେଵୀ ମୁହାଣ ରେ ବିଳମ୍ବିତ ରାତ୍ର ରେ ମା କାଳୀ ନାମକ ଏକ ମସ୍ଚ୍ୟଧରା ଟ୍ରଲର ବୁଡ଼ିଯାଇଛି, ଟ୍ରଲର ଟି ଅତ୍ୟନ୍ତ ପୁରୁଣା ଓ ଯାହାର ମେଣ୍ଟେନାନ୍ସ ନାହିଁ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି, ଅସ୍ତରଙ୍ଗ ନୂଆଗଡ ମେରାଇନ୍ ଥାନା କୁ ଖବର ଆସିବା ପରେ ନୂଆଗଡ ଜେଟି ରୁ ସୁପର ଆଲିଆ ବୋଟ ସହାୟତା ରେ ମେରାଇନ୍ ପୋଲିସ ଯାଇ ମଧ୍ୟ ରାତ୍ର ରେ ୬ ଜଣ ମସ୍ଚ୍ୟଜିବୀ ଙ୍କୁ ଖାଇବାକୁ ଦେଇ ସେମାନଙ୍କୁ ଉଦ୍ଧାର କରି ତାଙ୍କ ପରିବାର କୁ ହସ୍ତାନ୍ତର କରିଛି, ମେରାଇନ ପୋଲିସ ର ସୂଚନା ଅନୁସାରେ ଉକ୍ତ ବୋଟ ତଳ ଫାଟି ଯିବାରୁ ବୋଟ ରେ ହଟାତ ପାଣି ପଶିଯାଇଥିଲା ଯାହା ଫଳରେ ଉକ୍ତ ଟ୍ରଲର ଟି ମୁହାଣ କୁ ନଆସି ଅନ୍ୟତ୍ର ଏକ ରାସ୍ତା ରେ ଆସୁଥିବା ସମୟ ରେ ବାଲି ଚର ରେ ଅଟକି ଯାଇଥିଲା, ଏଠି ପ୍ରଶ୍ନ ଉଠୁଛି ବିନା ମେଣ୍ଟେନାନ୍ସ ରେ ଜଳପଥ ରେ କିପରି ଟ୍ରଲର ମାଛ ମାରୁଛନ୍ତି ଆଉ ଏହି କ୍ଷମତା ବିହୀନ ଟ୍ରଲର କୁ ଅନୁମତି କିଏ ଦେଉଛି ? ଯଦି ସମୁଦ୍ର ଭିତରେ ପାଣି ପଶି ଯାଇଥାନ୍ତା ତେବେ ମସ୍ଚ୍ୟଜିବୀ ଙ୍କ ଜୀବନ ଯିବା ସମ୍ପୂର୍ଣ୍ଣ ସ୍ପଷ୍ଟ ଥିବା ବେଳେ ସେଥିପାଇଁ କିଏ ଦାୟୀ ରହିଥାନ୍ତା, ଗୋଟେ ପଟେ ଅଲିଭ ରିଡଲେ କଇଁଛ ଙ୍କ ପ୍ରଜନନ ଓ ଅଣ୍ଡାଦାନ ପ୍ରକ୍ରିୟା ପାଇଁ ସମୁଦ୍ର ମୁହାଣ ରେ ନିଷିଦ୍ଧାଞ୍ଚଳ ପରିବେଶ ରେ ମାଛ ମାରିବାକୁ ମାନ୍ୟବର କୋର୍ଟ ଙ୍କ କଡା ନିର୍ଦ୍ଧେଶ ରହିଛି ଯାହାକୁ ରାଜ୍ୟ ସରକାର କଡାକଡ଼ି ଭାବେ ପାଳନ କରିବାକୁ ମସ୍ଚ୍ୟ ସମ୍ପଦ ,ଜଙ୍ଗଲ ବିଭାଗ ଓ ମେରାଇନ ପୋଲିସ କୁ ନିର୍ଦ୍ଧେଶ ଜାରି କରିଛନ୍ତି ମାତ୍ର ଏତେ ମାତ୍ରା ରେ ଟ୍ରଲର ବାଲା ଆଇନ କୁ ଫୁ କରି କିପରି ନିଷିଦ୍ଧାଞ୍ଚଳ ରେ ପ୍ରବେଶ କରୁଛନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି, ପ୍ରଶାସନ ର ଦାୟିତ୍ୱହୀନତା ପାଇଁ ଅଲିଭରିଡଲେ ଙ୍କ ଜୀବନ କେତେ ସୁରକ୍ଷିତ ଯାହାକୁ ନେଇ ପରିବେଶବିତ୍ତ ମାନେ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ମେଣ୍ଟେନାନ୍ସ ନଥିବା ଟ୍ରଲର କୁ କିପରି ଓ କାହିଙ୍କି ଜଳପଥ ରେ ମାଛ ଧରିବାକୁ ଅନୁମତି ଦିଆଯାଉଛି ତାହାକୁ ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ବୁଦ୍ଧିଜୀବୀ ମାନେ ଦାବୀ କରିଛନ୍ତି l
