ରାଜ୍ୟ

ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ ପୁରୀ ଶାଖାର ଜିଲ୍ଲା କାର୍ଯ୍ଯକାରିଣୀ ଓ ବନ୍ଧୁ ମିଳନ ସମାରୋହ ପ୍ରସ୍ତୁତି ବୈଠକ

Spread the love

କୋଣାର୍କ : ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ ପୁରୀ ଜିଲ୍ଲା ଶାଖାର ଜିଲ୍ଲା କାର୍ଯ୍ଯକାରିଣୀ, ସାଧାରଣ ପରିଷଦ ଓ ବନ୍ଧୁ ମିଳନ ସମାରୋହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ କୋଣାର୍କ ପୂର୍ତ୍ତବିଭାଗ ଡାକବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି। ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ ପୁରୀ ଜିଲ୍ଲା ଶାଖା ସଭାପତି ଶରତ କୁମାର ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲା ସାଧାରଣ ସମ୍ପାଦକ ଜ୍ୟୋତି ଶଙ୍କର ଦାଶ, କୋଷାଧ୍ୟକ୍ଷ ବିଚିତ୍ର ଓଝା, ଆବାହକ ଅରୁଣ କୁମାର ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା ଜାନୁଆରୀ ମାସ ୯ ତାରିଖରେ କୋଣାର୍କ ଭଗବତୀ ପୀଠରେ ଜିଲ୍ଲା କାର୍ଯ୍ଯକାରିଣୀ, ସାଧାରଣ ପରିଷଦ ଓ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହେବ ବୋଲି ପୂର୍ତ୍ତବିଭାଗ ଡାକବଙ୍ଗଳା ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ ପୁରୀ ଜିଲ୍ଲା ଶାଖାର ସଭାପତି ଶରତ କୁମାର ପରିଡା ମତବ୍ୟକ୍ତ କରିଛନ୍ତି। ଆସନ୍ତା ଜାନୁଆରୀ ୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକାରିଣୀ ଓ ସାଧାରଣ ପରିଷଦ ବୈଠକରେ ସଂଗଠନର ସଭ୍ୟ ସଂଗ୍ରହ ଅଭିଯାନ, ସାଂଗଠନିକ ଦକ୍ଷତାର ଅଭିବୃଦ୍ଧି ଓ ଜିଲ୍ଲା ସଂଘକୁ କ୍ରିୟାଶୀଳ କରିବା ସହ ନୂଆବର୍ଷ ଉପଲକ୍ଷେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ୧୦୦ରୁ ଊର୍ଦ୍ଧ୍ବ ସାମ୍ବାଦିକ ମାନଙ୍କ ସମେତ ଓଡ଼ିଶାର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ମାନେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଜିଲ୍ଲା ସାଧାରଣ ସମ୍ପାଦକ ଜ୍ୟୋତି ଶଙ୍କର ଦାଶ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!