ମୁଖ୍ୟ ଖବର

କିଛି ଲୋକ ବିଜେଡି ଭାଙ୍ଗିଯିବ ଓ ଆଉ ରହିବନି ବୋଲି ଅପପ୍ରଚାର କରୁଛନ୍ତି: ନବୀନ

Spread the love

ଭୁବନେଶ୍ବର: ବିଜେଡି ଶହେ ବର୍ଷ ରହିବ। ଲୋକଙ୍କ ସେବା କରିବ। କିଛି ଲୋକ ବିଜେଡି ଭାଙ୍ଗିଯିବ ଓ ଆଉ ରହିବନି ବୋଲି ଅପପ୍ରଚାର କରୁଛନ୍ତି। ଏହି ଗୁଜବ ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ। ଆଜି ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ଅବସରରେ ଦଳୀୟକର୍ମୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହା କହିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ।ବିକାଶ ଆମର ପରିଚୟ ନବୀନ କହିଛନ୍ତି, ଆମେ ବିଜୁ ବାବୁ ଆଦର୍ଶରେ ରାଜ୍ୟବାସୀଙ୍କ ସେବା କରିଆସୁଛୁ । ସେବା, ସ୍ବାଭିମାନ ଓ ସଂଗ୍ରାମ ଆମ ମନ୍ତ୍ର । ବିକାଶ ଆମର ପରିଚୟ । ୨୦୦୦ରୁ ୨୦୨୪ ଥିଲା ଓଡ଼ିଶା ବିକାଶ ଇତିହାସର ଗୋଲ୍ଡେନ୍ ପିରିୟଡ୍ । ଓଡ଼ିଶାକୁ ନୂଆ ପରିଚୟ ଆମେ ଦେଇଛୁ । ମାଆମାନଙ୍କୁ ଆମେ ସ୍ୱାବଲମ୍ବୀ କରିଛୁ । ଚାଷୀଙ୍କ ରୋଜଗାର ବୃଦ୍ଧି କରିଛୁ। ବିଏସକେୱାଇ ଭଳି ସ୍ୱାସ୍ଥ୍ୟ ସେବା ଦେଇଛୁ। ରାଜ୍ୟର ଅର୍ଥନୀତିକୁ ମଧ୍ୟ ମଜଭୁତ କରିଛୁ । ରାଜ୍ୟକୁ ନିବେଶ ଆଣିଛୁ । ଯୁବପିଢିଙ୍କୁ ରୋଜଗାର ଦେଇଛୁ ।ରାଜ୍ୟରେ ଡବଲ ଇଞ୍ଜିନ୍ ସରକାର ଚାଲିଛି । ହେଲେ ବିକାଶ କାଇଁ ବୋଲି କହି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ନବୀନ୍ ପଟ୍ଟନାୟକ । ଚାଷୀ ଲାଭ ପାଉନି, ମଣ୍ଡି ଠିକ୍ ସମୟରେ ଖୋଲୁନି । ମାଆମାନେ ହଇରାଣ ହେଉଛନ୍ତି। ୧୮ ମାସର ଡବଲ ଇଞ୍ଜିନ୍ ସରକାରରେ କିନ୍ତୁ ବିକାଶ ନାହିଁ। ଆଇନ ଶୃଙ୍ଖଳା କଥା ନକହିବା ଭଲ । ମହିଳାମାନଙ୍କ ଉପରେ ଅତ୍ୟାଚାର ବଢ଼ିଚାଲିଛି। ନାବାଳିକା ବି ରାଜ୍ୟରେ ସୁରକ୍ଷିତ ନୁହଁନ୍ତି । ଓଡ଼ିଶାାରେ ସରକାର ଥିବା ଭଳି ଲାଗୁନି। କିଛି ଲୋକ ଆମ ବିଷୟରେ ଅପପ୍ରଚାର କରୁଛନ୍ତି । ବିଜୁ ଜନତା ଦଳ ଭାଙ୍ଗିଯିବ ବୋଲି ଅପପ୍ରଚାର କରୁଛନ୍ତି। ମୁଁ ନିଶ୍ଚିତ କରୁଛି ଯେ ବିଜୁ ଜନତା ଦଳ ରହିଛି ଏବଂ ଆଗାମୀ ୧୦୦ ବର୍ଷ ଯାଏଁ ଲୋକଙ୍କ ସହ ରହିବ ।

Leave a Reply

Your email address will not be published. Required fields are marked *

error: Content is protected !!