ରାଜ୍ୟ

ହେଲମେଟ୍‌ ପିନ୍ଧିଲେ ବି କଟିବ ୨ହଜାର ଟଙ୍କାର ଚାଲାଣ

Spread the love

ନୂଆଦିଲ୍ଲୀ,: ହେଲମେଟ ପିନ୍ଧିଲେ ମଧ୍ୟ କଟିପାରେ ୨୦୦୦ ଟଙ୍କା ଚାଲାଣ। (ମୋଟରସାଇକିଲ ଓ ସ୍କୁଟର) ଚାଳକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ହେଲମେଟ ନ ପିନ୍ଧିବା ପାଇଁ ଚାଲାଣ ହେଉଛି ତା’ ସହିତ ଏବେ ହେଲମେଟ ଠିକ ଭାବେ ନ ପିନ୍ଧିଲେ ମଧ୍ୟ ଟ୍ରାଫିକ ପୋଲିସ ୧୦୦୦ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରିପାରନ୍ତି। ଅନେକ ଚାଳକ ଚାଲାଣ ଏଡାଇବା ପାଇଁ ହେଲମେଟ ପିନ୍ଧୁଛନ୍ତି, କିନ୍ତୁ ତା’ର ଷ୍ଟ୍ରାପ (ବେକ ବା ଚିବୁକ ତଳେ ବାନ୍ଧିବା ବେଲ୍ଟ) ବାନ୍ଧୁ ନାହାନ୍ତି କିମ୍ୱା ଠିକ ଭାବେ କସି ନାହାନ୍ତି। ଏହା ଏବେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ ଭାବେ ଗଣାହେଉଛି। ଭାରତ ସରକାରଙ୍କ ମୋଟର ଯାନ ଆଇନ ୧୯୯୮ର ସଂଶୋଧନ ଅନୁଯାୟୀ, ହେଲମେଟ କେବଳ ମୁଣ୍ଡରେ ରଖିବା ନୁହେଁ, ତାକୁ ଠିକ ଭାବେ ପିନ୍ଧିବା ଜରୁରୀ। ଷ୍ଟ୍ରାପ ଚିବୁକ ତଳେ ବାନ୍ଧି କସି ରଖିବା ଦରକାର, ଯାହା ଦ୍ୱାରା ଦୁର୍ଘଟଣା ସମୟରେ ହେଲମେଟ ଉଡି ନ ଯାଇ ମୁଣ୍ଡକୁ ସୁରକ୍ଷା ଦେଇପାରିବ। ଯଦି ହେଲମେଟ ପିନ୍ଧି ମଧ୍ୟ ଷ୍ଟ୍ରାପ ଖୋଲା ରହିଲା କିମ୍ୱା ଠିକ କସା ନ ଗଲା, ତେବେ ୧୦୦୦ ଟଙ୍କା ଜରିମାନା ହେବ। ଏହା ସହିତ ହେଲମେଟ୍ରେ ISI ମାର୍କ (ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡସ) ନ ଥିଲେ ଆଉ ୧୦୦୦ ଟଙ୍କା ଚାଲାଣ କଟିପାରେ। ମୋଟ ଉପରେ ଅସୁରକ୍ଷିତ ହେଲମେଟ ପିନ୍ଧିବା ପାଇଁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଦଣ୍ଡ ହୋଇପାରେ। ଦିଲ୍ଲୀ ପୋଲିସ ଏହି ନିୟମକୁ କଡାକଡି ଲାଗୁ କରୁଛନ୍ତି ଏବଂ ଅଣ-ISI ହେଲମେଟ ପାଇଁ ଇତିମଧ୍ୟରେ ୧୦୦୦ ଟଙ୍କିଆ ଚାଲାଣ କାଟୁଛନ୍ତି। ଦୁଇଚକିଆ ଦୁର୍ଘଟଣାରେ ଅଧିକାଂଶ ମୃତ୍ୟୁ ମୁଣ୍ଡ ଆଘାତ ଯୋଗୁଁ ହେଉଥିବାରୁ ଏହି ନିୟମର ଉଦ୍ଦେଶ୍ୟ ହେଉଛି ଚାଳକମାନଙ୍କ ଜୀବନ ରକ୍ଷା କରିବା।

Leave a Reply

Your email address will not be published. Required fields are marked *

error: Content is protected !!