ଦୁର୍ନୀତିର ମହାନାୟକ ନବରଙ୍ଗପୁର ଅଧିକ୍ଷଣ ଯନ୍ତ୍ରୀ
ଚନ୍ଦାହାଣ୍ଡି : ରାଜ୍ୟସରକାର ପ୍ରତି ଜିଲ୍ଲାର ରାସ୍ତା ଘାଟ, ବ୍ରିଜ, ସରକାରୀ କୋଠା ନିର୍ମାଣ ରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କିଛି ଦୁର୍ନୀତି ଗ୍ରସ୍ତ ଅଫିସରଙ୍କ ଯୋଗୁ କୋଟିକୋଟି ଟଙ୍କା ବାଟ ମାରାଣ ହେବା ସହିତ ସାଧାରଣ ଜନତାଙ୍କୁ ପ୍ରତାରଣା ର ଶିକାର ହେବାକୁ ପଡୁଛି, ସେହିପରି ନବରଙ୍ଗପୁର ପୁର ଜିଲ୍ଲା ରେ ପୂର୍ତ୍ତ ବିଭାଗ ର ଅଧିକ୍ଷଣ ଯନ୍ତ୍ରୀ କ୍ଷୀର ଧର କଢପାଣି ସରକାରୀ ଅର୍ଥ ଲୁଟିବାରେ ଲାଗିପଡିଛନ୍ତି, ସେ ଆସିବା ଦିନରୁ ଜିଲ୍ଲାର ରାସ୍ତା ଘାଟ ନିର୍ମାଣ ନିମ୍ନମାନର ହେବା ସହିତ ମାଫିଆ ଗ୍ୟାଙ୍କ ସୃଷ୍ଟି ହେଲେଣି, ଅଧିକ୍ଷଣ ଯନ୍ତ୍ରୀ କନ୍ଧପାଣି ବାବୁ ଟେଣ୍ଡର ମାଫିଆଙ୍କ ଦ୍ୱାରା ଟେଣ୍ଡର ଫିକ୍ସ କରାଇ ନିର୍ମାଣ କାର୍ଯ୍ୟରେ ୨୦ ପ୍ରତିଶତ ପିସି ନେଉଥିବା ଅଭିଯୋଗ ହେଉଛି, ମହା ଚତୁର ଅଧିକ୍ଷଣ ଯନ୍ତ୍ରୀ ପିସି ଟଙ୍କା ରେ କିଛି ବିଶ୍ୱସ୍ତ ଲୋକଙ୍କ ନାମରେ ରାଜଧାନୀ ରେ ମୂଲ୍ୟବାନ ପ୍ଲଟ ଓ ଫ୍ଲାଟ କିଣିଥିବାର ଅଭିଯୋଗ ହେଉଛି, ଯନ୍ତ୍ରୀ କ୍ଷୀରଧର କଢ଼ପାଣି ବାବୁ କୋରାପୁଟ ରେ ଥିବା ସମୟରେ ଅନେକ ରାସ୍ତା ଘାଟ ନିର୍ମାଣ ନାମରେ ମିଥ୍ୟା ଟେଣ୍ଡର କରି ସରକାରୀ ଅର୍ଥ ଲୁଟ କରି ନେଇ ନିଜର କଳା ସାମ୍ରାଜ୍ୟ ବଢ଼ାଇଛନ୍ତି, ଜୟପୁର ଡିଭିଜନ ରେ ଥିବା ସମୟରେ କୋଟିକୋଟି ଟଙ୍କା ଦୁର୍ନୀତି କରି ବିଜେଡି ପାଣ୍ଠିକୁ ଅର୍ଥ ଯୋଗାଉଥିବା କନ୍ଧପାଣିଙ୍କ ଉପରେ ଭିଜିଲାନ୍ସ ଓ ବିଭାଗୀୟ ତଦନ୍ତ ପାଇଁ ସମାଜଦେବୀ ଶେଷ ନନ୍ଦ ଦାବି କରିଛନ୍ତି, ମହା କୌଶଳିଆ ଅଧିକ୍ଷଣ ଯନ୍ତ୍ରୀ ଏବେ ବିଜେପି ବିଧାୟକଙ୍କ ନିକଟତମ ବ୍ୟକ୍ତି ହୋଇ ନବରଙ୍ଗପୁର ପୁର ରେ ମହାଦୁର୍ନୀତି କରୁଥିବା ଅଭିଯୋଗ ହେଉଛି, ନବରଙ୍ଗପୁର ପୁର ସହର ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣ ନିମ୍ନମାନର ହେଉଥିବା ସବୁବେଳେ ବିଭିନ୍ନ ଗଣମାଧ୍ୟମ ରେ ମଧ୍ୟ୍ୟ ଦେଖିବାକୁ ମିଳୁଛି, ଏହି ଅପାରଗ, ଥଣ୍ଡା ଠକ ଯନ୍ତ୍ରୀଙ୍କ ଉପରେ ଆହୁରି ଅନେକ ଅଭିଯୋଗ ହସ୍ତଗତ ଗତ ହୋଇଛି ତାହା ପର୍ଯ୍ୟାୟ କ୍ରମେ ପ୍ରକାଶ ପାଇବ,
